ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ଦେହାନ୍ତ
ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ ଶାନ୍ତି ଭୂଷଣଙ୍କର ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ଶାନ୍ତି ଭୂଷଣ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ ମୋରାରଜୀ ଦେଶାଇଙ୍କ କାର୍ଯ୍ୟକାଳ ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ ଥିଲେ । ଶାନ୍ତି ଭୂଷଣ ହେଉଛନ୍ତି ବର୍ତ୍ତମାନ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବାପା। ସେ ମଧ୍ୟ ତାଙ୍କ ସମୟରେ ଅନେକ ହାଇପ୍ରୋଫାଇଲ ମାମଲା ଲଢ଼ିଥିଲେ। ଆହ୍ଲାବାଦ ହାଇକୋର୍ଟରେ ସେ ରାଜ ନାରାଇନ୍ଙ୍କ ପାଇଁ ମାମଲା ଲଢ଼ି ଚର୍ଚ୍ଚାକୁ ଆସିଥିଲେ। ରାଜ ନାରାଇନ୍ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନ ବିଜୟକୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାକୁ ଶାନ୍ତି ଭୂଷଣ ଲଢ଼ିଥିଲେ। ସେତେବେଳେ ଏହି ମାମଲାକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲା। ଇନ୍ଦିରା ଗାନ୍ଧିଙ୍କ ଶାସନ ଗାଦି ମଧ୍ୟ ଟଳମଳ ହୋଇଥିଲା।
Powered by Froala Editor