୬୦୦୦ କର୍ମଚାରୀଙ୍କୁ ବିଦା କରିବ ଫିଲିପ୍ସ
ବର୍ତ୍ତମାନ ଆର୍ଥିକ ସଂଙ୍କଟକୁ ଦୃଷ୍ଟିରେ ରଖି ବିଶ୍ୱର ବଡ଼ ବଡ଼ କମ୍ପାନୀ ଛଟେଇ କରୁଛନ୍ତି । ମେଟା, ଗୁଗଲ, ମାଇକ୍ରୋସଫ୍ଟ, ଟ୍ୱିଟର ଏବଂ ଆମାଜନ ଭଳି କମ୍ପାନୀ ଗୁଡ଼ିକ ମଧ୍ୟ ଖୁବ୍ ଛଟେଇ କରୁଛନ୍ତି । ଏହାବାଦ୍ ଅନେକ ଷ୍ଟାର୍ଟ ଅପ୍ ଖର୍ଚ୍ଚ ହ୍ରାସ କରିବାକୁ କର୍ମଚାରୀଙ୍କ ମଧ୍ୟ କମାଉଛନ୍ତି । ଫିଲିପ୍ସ ମଧ୍ୟ ୬,୦୦୦ ଅଧିକ କର୍ମଚାରୀ ଛଟେଇ କରିବା ବୋଲି ସୋମବାର ଘୋଷଣା କରିଛି। କମ୍ପାନୀ କହିଛି ଯେ, 'ସ୍ଲିପ୍ ଡିଭାଇସ୍ ରିକଲ୍' ଉପକରଣର ପୁନଃପ୍ରତ୍ୟାବର୍ତ୍ତନ କମ୍ପାନୀର କ୍ଷତି ପରେ ଏହା ବିଶ୍ୱରେ ୬,୦୦୦ ଅଧିକ ଚାକିରି ହ୍ରାସ କରିବ । ଫିଲିପ୍ସ ସିଇଓ ରୟ ଜାକୋବସ୍ ଏକ ବିବୃତ୍ତି ଜାରି କରି ୨୦୨୫ ସୁଦ୍ଧା କର୍ମକ୍ଷେତ୍ରରେ ଆହୁରି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏଫପି ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ତିନିମାସ ପୂର୍ବରୁ ମଧ୍ୟ କମ୍ପାନୀ ୪,୦୦୦ ଚାକିରି ହ୍ରାସ କରିବାକୁ ଘୋଷଣା କରିଥିଲା ।
Powered by Froala Editor