ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ମୁର୍ତାଜାକୁ ଫାଶି ଦଣ୍ଡ
ଗୋରଖପୁରର ଗୋରଖନାଥ ମନ୍ଦିରରେ ପୁଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ମୁର୍ତାଜା ଆବ୍ବାସିକୁ କୋର୍ଟ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି। ଗିରଫ ପରେ ମୁର୍ତାଜା ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ ହେବା ସହ ତାକୁ ଆତଙ୍କବାଦୀ ଭାବରେ ପରିଗଣିତ କରାଯାଇଥିଲା।
ଉତ୍ତରପ୍ରଦେଶର ଆଇନଶୃଙ୍ଖଳା ଏଡିଜି ପ୍ରଶନ୍ନ କୁମାର କହିଛନ୍ତି ଯେ, ଭାରତୀୟ ପିଙ୍ଗଳ କୋଡ ୧୨୧ ଅନୁଯାୟୀ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ପୁଲିସ କର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଧାରା ୩୦୭ ଦଫା ଅନୁଯାୟୀ, ଅହମ୍ମଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଗତ ବର୍ଷ ଉତ୍ତରପ୍ରଦେଶର ଗୋରଖପୁରର ଗୋରଖନାଥ ମନ୍ଦିରରେ ସୁରକ୍ଷା କର୍ମୀ ତଥା ଜଣେ କନଷ୍ଟେବଳଙ୍କୁ ମୁର୍ତାଜା ଆକ୍ରମଣ କରିଥିଲେ । ଅହମ୍ମଦ ମୁର୍ତାଜା ହେଉଛନ୍ତି ପେଶାରେ ଜଣେ କ୍ୟାମିକାଲ ଇଞ୍ଜିନିୟର। ଘଟଣାପରେ ମୁର୍ତାଜାଙ୍କୁ ଗିରଫ କରଥିଲା ପୁଲିସ। ଜେରା ବେଳେ ମୁର୍ତାଜା ଆତଙ୍କବାଦୀ ସଙ୍ଗଠନ ଆଏଏସ ସହ ଜଡ଼ିତ ଥିବା ଜଣାପଡ଼ିଥିଲା।
Powered by Froala Editor