ପେଶାୱାର ମସ୍ଜିଦରେ ବଡ଼ ଧରଣର ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୪୬
ପାକିସ୍ତାନର ପେଶାଓ୍ବରର ଏକ ମସଜିଦରେ ସୋମବାର ଅପରାହ୍ଣରେ ହୋଇଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି । ଏହା ସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଏହାକୁ ପାକିସ୍ତାନ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପାକିସ୍ତାନର ଉତ୍ତର-ପଶ୍ଚିମ ସହର ପେଶାୱାରର ଏକ ମସ୍ଜିଦ ଭିତରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ମସ୍ଜିଦର ଏକ ଅଂଶ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ଏହି ସମୟରେ ଲୋକମାନେ ଭୟଭୀତ ହୋଇପଡ଼ି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଦଳାଚକାଟାରେ ଅତିକମ୍ରେ ୪୬ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଭୟଙ୍କର ଆକ୍ରମଣ ପାଇଁ ତେହେରିକ-ଏ ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଛି । ପାକିସ୍ତାନ ସେନା ପକ୍ଷରୁ ଏହି ସଂଗଠନ ବିରୋଧରେ ଚଳାଯାଇଥିବା ମିଲିଟାରି ଅପରେସନ ଜବାବରେ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି ।
Powered by Froala Editor