ଏଣିକି ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ : ଟି ରାଜା ସିଂ
ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ରବିବାର ସେ କହିଛନ୍ତି, ବର୍ତ୍ତମାନ ଘଣ୍ଟା ବଜାଇବା ହିନ୍ଦୁ ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ। ମୁମ୍ବାଇରେ ହିନ୍ଦୁ ଆକ୍ରୋଶ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମରେ ଟି ରାଜା ସିଂ ଏହି ମନ୍ତବ୍ୟ ଦେଇଛନ୍ତି।
ହାଇଦ୍ରାବାଦର ଗୋଶାମହାଲ ଆସନରୁ ଭାଜପା ବିଧାୟକ ଥିବା ଟି ରାଜା ସିଂ କହିଛନ୍ତି, ଜୋମାଟୋ, ରାପିଡୋ ଟ୍ୟାକ୍ସି, ଓଲା, ଉବରରୁ ହିନ୍ଦୁ ଝିଅଙ୍କ ନାମ ଓ ନମ୍ବର ନିଆଯାଉଛି ଏବଂ ଲଭ୍ ଜିହାଦ କରାଯାଉଛି। ମୁସଲମାନ ଦୋକାନରୁ ସାମଗ୍ରୀ କିଣିବା ଠାରୁ ଦୂରେଇ ରୁହନ୍ତୁ। ମୁଁ ମୋଦି ଜୀଙ୍କୁ ଅନୁରୋଧ କରୁଛି ଯେ, 'ହମ ଦୋ, ହମାରେ ଦୋ' ଆମ ପାଇଁ ଗ୍ରହଣୀୟ, କିନ୍ତୁ ଏହା ମୁସଲମାନମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଆବଶ୍ୟକ।
ଏହାପୂର୍ବରୁ ଜାନୁଆରୀ ୧୯ରେ ହାଇଦ୍ରାବାଦ ପୁଲିସ ଗତ ବର୍ଷ ଏକ ଧାର୍ମିକ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଟି ରାଜା ସିଂଙ୍କୁ ନୋଟିସ ପଠାଇଥିଲା। ଟି ରାଜା ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପେଗମ୍ବର ମହମ୍ମଦଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ତେଲେଙ୍ଗାନା ପୁଲିସ ଗିରଫ କରିଥିଲା।
Powered by Froala Editor