ହୋଶଙ୍ଗାବାଦ ରେଳଷ୍ଟେସନର ନୂଆ ନାମ ‘ନର୍ମଦାପୁରମ’
ଗତକାଲି ରାଷ୍ଟ୍ରପତି ଭବନରେ ମୋଗଲ ଗାର୍ଡ଼େନର ନାମ ପରିବର୍ତ୍ତନ ପରେ ଆଜି ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ରେଳ ଡିଭିଜନର ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ବଦଳାଇ ନର୍ମଦାପୁରମ ନାମରେ ନାମିତ କରାଯାଇଛି। ଷ୍ଟେସନର ନାମ ବଦଳାଇବା ସହିତ କୋଡ୍ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହି ଷ୍ଟେସନ୍ “ନର୍ମଦାପୁରମ” ଭାବରେ ପରିଚିତ ହେବ । ପଶ୍ଚିମ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ, ଯେହେତୁ ରାଜ୍ୟ ସରକାର ହୋଶଙ୍ଗାବାଦ ଜିଲ୍ଲାର ନାମ ନର୍ମଦାପୁରମ୍ ବୋଲି ଘୋଷଣା କରିଥିଲେ, ସେତେବେଳେ ହୋଶଙ୍ଗାବାଦ ଷ୍ଟେସନର ନାମକୁ ନର୍ମଦାପୁରମରେ ପରିବର୍ତ୍ତନ କରିବାକୁ ଦାବି ହୋଇଥିଲା। ଯାହା ପରେ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଥାଉ କି ୨୦୨୧ ମସିହାରେ ହବିବଗଞ୍ଜ ଷ୍ଟେସନର ନାମ ବଦଳାଇ ରାନୀ କମଲାପତି ଷ୍ଟେସନ କରାଯାଇଥିଲା।
Powered by Froala Editor