ଧନୀ ତାଲିକାରେ ୭ମ ସ୍ଥାନକୁ ଖସିଲେ ଆଦାନୀ, ଜାଣନ୍ତୁ କାରଣ କ’ଣ...

ହିଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ପରିମାଣ ୨୨.୫ ମିଲିୟନ ଡଲାର ହ୍ରାସ ପାଇଥିବା ଜଣାପଡ଼ିଛି । ଫଳରେ ମାତ୍ର ୨ ଦିନ ଭିତରେ ସେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି । ଗତ ୨ଟି ଟ୍ରେଡିଂ ସେସନ, ସମସ୍ତ ଆଦାନୀ କମ୍ପାନୀର ସେୟାରରେ ୧୯% ରୁ ୨୭% ହ୍ରାସ ଘଟିଛି ।
ଫୋର୍ବସ ଡାଟା ଅନୁଯାୟୀ ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି । ଜାନୁଆରୀ ୨୦୨୩ ସୁଦ୍ଧା ତାଙ୍କ ମୋଟ ସଂପତ୍ତିର ପରିମାଣରେ ଶତକଡ଼ା ୧୯ ଭାଗ ହ୍ରାସ ପାଇଛି । ଆଦାନୀ ଏବେ ଧନୀ ତାଲିକାର ୭ ନମ୍ବର ସ୍ଥାନକୁ ଖସିବା ପରେ ଧନୀ ତାଲିକାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ତଳକୁ ଖସି ଆସିଛନ୍ତି । କଂପାନୀର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ଏଭଳି ବିପର୍ଯ୍ୟୟ ଘଟିଥିବା କୁହାଯାଉଛି । ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟରେ ଆଦାନୀ ଗ୍ରୁପର ସେୟାର ପ୍ରାଇସରେ ହେରଫେର, ସେଲ୍ କମ୍ପାନୀରେ କାରବାର, ଆକାଉଣ୍ଟରେ ଅନିୟମିତତା ଭଳି ସାଂଘାତିକ ଅଭିଯୋଗ ରହିଛି ।
ରିସର୍ଚ୍ଚ ଅନୁସାରେ ଅଦାନୀ ଗ୍ରୁପ ସେୟାରକୁ ବୃଦ୍ଧି କରିବା ପାଇଁ ପରିବାରର ଟଙ୍କାକୁ ବିଦେଶରେ ନିବେଶ କରୁଥିଲା । ଅର୍ଥାତ କମ୍ପାନୀର ଟଙ୍କାକୁ ବିଦେଶକୁ ପଠାଯାଉଥିଲା ଏବଂ ସେହି ଟଙ୍କାକୁ ପୁଣି ବିଭିନ୍ନ ମାଧ୍ୟମରେ ଭାରତରେ ଥିବା କମ୍ପାନୀର ସେୟାରରେ ନିବେଶ କରାଯାଉଥିଲା । ସେହିଭଳି ଅଦାନୀ ଗ୍ରୁପର ସେୟାରର ଦର ବଢାଇ ରଖିବା ପାଇଁ ଅପରେଟରଙ୍କ ବ୍ୟବହାର କରୁଛି । ବଜାରରେ ଥିବା ବଡ ବଡ ଅପରେଟରଙ୍କୁ ଏଥିପାଇଁ କମ୍ପାନୀ ବ୍ୟବହାର କରୁଛି ।
Powered by Froala Editor