ମୋଗଲ ଗାର୍ଡେନ ହେଲା ‘ଅମୃତ ଉଦ୍ୟାନ’

ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି । ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ନାମ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଲୋକଙ୍କ ପାଇଁ ଏହା ଶୀଘ୍ର ଖୋଲିବାକୁ ଯାଉଛି ।
ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ଅମୃତ ମହୋତ୍ସବ ଅବସରରେ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ୧୫ଏକର ବିଶିଷ୍ଟ ଏହି ମୋଗଲ ଗାର୍ଡେନ ରାଷ୍ଟ୍ରପତି ଭବନର ଆତ୍ମା ବୋଲି କୁହାଯାଉଛି। ଏହି ଉଦ୍ୟାନକୁ ଦେଶର ପ୍ରଥମ ରାଷ୍ଟ୍ରପତି ଡା ରାଜେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ବସନ୍ତୠତୁରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା । ମୋଗଲ ଗାର୍ଡେନରେ ୧୨ ପ୍ରକାରର ଟ୍ୟୁଲିପ ଫୁଲ ରହିଛି । ୧୩୮ ପ୍ରକାରର ଗୋଲାପ, ୭୦ ଅଲଗା ଅଲଗା ପ୍ରଜାତିର ବିଭିନ୍ନ ଫୁଲ ରହିଛି ।
Powered by Froala Editor