ବିଳାସପୂର୍ଣ୍ଣ କାର୍ରେ ଆସୁଥିଲେ, ଭିକ ମାଗୁଥିଲେ ଏହି ମହିଳା

ଭିକ ମାଗିମାଗି କୋଟିପତି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏ କଥା ସତ ଯେ, ଜଣେ ମହିଳା ଭିକାରି ଠାରୁ ନଗଦ ଟଙ୍କା ସହ ବିଳାସପୂର୍ଣ୍ଣ କାର ଜବତ ହୋଇଛି ।ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ଏପରି ଘଟଣା ଘଟିଛି ।
ନିକଟରେ ଆବୁଧାବି ପୋଲିସ ଜଣେ ମହିଳାଙ୍କଠାରୁ ଏକ ବିଳାସପୂର୍ଣ୍ଣ କାର ଏବଂ ବହୁ ନଗଦ ଟଙ୍କା ଜବତ କରାଯାଇଛି । ବନ୍ଧା ହୋଇଥିବା ମହିଳା ଜଣକ ପ୍ରତିଦିନ ବିଭିନ୍ନ ସ୍ଥାନରେ ଭିକ ମାଗୁଥିଲେ ଏବଂ ତା'ପରେ ନିଜର କାରରେ ଘରକୁ ଫେରି ଯାଉଥିଲେ । ହେଲେ ଦିନେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଘେରକୁ ଆସିଥିଲେ । ପରେ ବ୍ୟକ୍ତି ମହିଳାଙ୍କ ପିଛା କରିଥିଲେ । ପରେ ମହିଳା ଭିକାରୀଙ୍କ ମିଛ ଧରାପଡ଼ିଥିଲା । ତଲାସୀ ବେଳେ ପୋଲିସ ମହିଳା ଭିକାରୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରିଛି ।
ମହିଳା ଜଣକ ଦୂର ସ୍ଥାନକୁ ଭିକ ମାଗିବା ଯିବା ସମୟରେ ସେ କାର ବ୍ୟବହାର କରିଥିଲେ। ବାକି ସମୟ କାରକୁ ପାର୍କିଂ ସ୍ଥାନରେ ରଖୁଥିଲେ । ବର୍ତ୍ତମାନ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଗଦ ଟଙ୍କା ଜବତ କରାଯାଇଛି ।
Powered by Froala Editor