ଆଶିଷ ମିଶ୍ରାଙ୍କ ଅନ୍ତରୀଣ ଜାମିନ ମଞ୍ଜୁର
ଖେରି ହିଂସା ମମାଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଜେଲରୁ ମୁକୁଳିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିବା ପରେ ସେ ଆଜି ଜେଲରୁ ମୁକୁଳିଛନ୍ତି। ୨୦୨୧ରେ ଉତ୍ତର ପ୍ରଦେଶର ଲଖିମ୍ପୁର ଖେରିରେ ଘଟିଥିବା କୃଷକ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଗତ ୨୫ ତାରିଖରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ମିଳିଥିବା ଜାମିନ୍ରେ ଆଶିଷ ମିଶ୍ରା ୟୁପି, ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ରହିପାରିବେନି । ସପ୍ତାହ ଭିତରେ ତାଙ୍କୁ ୟୁପି ଛାଡ଼ିବାକୁ ପଡ଼ିବ। ସେହିପରି ଆଶିଷ ମିଶ୍ରା ତାଙ୍କ ପାସପୋର୍ଟକୁ ମଧ୍ୟ ସରେଣ୍ଡର କରିବାକୁ ପଡ଼ିବ।
ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେ. କେ. ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି, ମିଶ୍ରାଙ୍କୁ ୮ ସପ୍ତାହ ନିମନ୍ତେ ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି ଏବଂ ତାଙ୍କୁ ତୁରନ୍ତ ଉତ୍ତର ପ୍ରଦେଶ ଛାଡ଼ି ଚାଲିଯିବାକୁ ଆଦେଶ ଦିଆଯାଇଛି। ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ଡାକରା ଆସିଲେ ଏହି ସମୟ ମଧ୍ୟରେ ସେ ଉତ୍ତର ପ୍ରଦେଶକୁ ଆସିପାରିବେ ବୋଲି ଅନୁମତି ମିଳିଛି।
Powered by Froala Editor