ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର
ରାୟଗଡ଼ା: ରାୟଗଡ଼ାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ତଳ ସାଙ୍କେତଠାରେ ଅଟୋ ଦୁର୍ଘଟଣାର ଶିକାର ହୋଇଛି। ଏହାଫଳରେ ଘଟଣାସ୍ଥଳରେ, ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଏହାଛଡ଼ା ୭ ଜଣ ଆହତ ହୋଇଛନ୍ତି।
ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ ରେଲିଙ୍ଗକୁ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଚି। ଅଟୋରେ ୧୮ ଜଣ ଶ୍ରମିକ କିଆପାଡୁ ଗାଁରୁ ରାୟଗଡ଼ାକୁ ଯାଉଥିଲେ। ସ୍ଥାନୀୟ ଲୋକେ ଗୁରୁତର ଓ ଆହତ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବାର ସୂଚନା ରହିଛି।
Powered by Froala Editor