ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ
ୱାଶିଂଟନ୍: ଉତ୍ତର ସୋମାଲିଆରେ ଆମେରିକା ସେନା ଆକ୍ରମଣ କରିଛି । ସେନା ଆକ୍ରମଣରେ ସିନିଅର ଆଇଏସଆଇଏସ ଲିଡର ଆଲ ସୁଦନୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆମେରିକାର ସୈନ୍ୟବାହିନୀ ଉତ୍ତର ସୋମାଲିଆରେ ଏକ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ବିଲାଲ୍ ଅଲ-ସୁଦାନୀ ଏବଂ ତାଙ୍କ ପ୍ରାୟ ୧୦ ସହଯୋଗୀଙ୍କୁ ହତ୍ୟା କରିଛନ୍ତି । ଏନେଇ ଆମେରିକା ପକ୍ଷରୁ ଦୁଇ ଜଣ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀ ମାନେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆକ୍ରମଣ କରିବାକୁ ନେଇ ସବୁଜ ସଙ୍କେତ ଦେଇଥିଲେ । ସବୁଜ ସଙ୍କେତ ମିଳିବା ପରେ ଏହି ଆକ୍ରମଣ କରାଯାଇଛି । ଅଧିକାରୀ ମାନେ ଆହୁରି କହିଛନ୍ତି, ବିଲାଲ ଅଲ-ସୁଦାନୀ ଆଫ୍ରିକା ତଥା ମାଳଦ୍ୱୀପରେ ଆଇଏସଆଇଏସ ବିସ୍ତାର କରିବା ଏବଂ ଅନ୍ୟାନ୍ୟ କାର୍ୟ୍ୟକଳାପ ପାଇଁ ଯୋଜନା କରୁଥିଲେ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦେଶକ୍ରମେ ଗୁରୁବାର ଦିନ ସେନା ଅପରେସନ ଆରମ୍ଭ କରିଥିଲା । ଯାହାଫଳରେ ବିଲାଲ ଅଲ-ସୁଦାନୀଙ୍କ ସମେତ ଅନେକ ଇସଲାମ ଷ୍ଟେଟ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।
Powered by Froala Editor