ଆତ୍ମସମର୍ପଣ କଲେ ୩ ମାଓବାଦୀ
ମାଲକାନଗିରି, : ଆତ୍ମସମର୍ପଣ କଲେ ୩ ମାଓବାଦୀ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନିକଟରେ ତୁଳସୀ ମାଲୁପଦର ଦଳମ୍ର ୩ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସ୍ଵାଭିମାନ ଅଞ୍ଚଳ ଗସ୍ତରେ ଥିବା ସମୟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ୩ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ସେମାନଙ୍କ ମୁଣ୍ଡ ପିଛା ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା।
ସୂଚନାନୁଯାୟୀ, ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ହେଲେ ମାଥିଲି ଥାନାର ମତି ମାଢି, କର୍ତନପଲ୍ଲିର ପାଣ୍ଡୁ କୱାସୀ ଏବଂ କର୍ତନପଲ୍ଲୀର ଆଇତି କର୍ତ୍ତାମି। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରକ୍ତ ନିର୍ଦ୍ଦେଶକ ଅପରେସନ ଅମିତାଭ ଠାକୁର, ଡିଆଇଜି ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରୁଦ୍ଧ ସିଂ, ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସପି ନିତେଶ ୱାଧନୀ, ଏବଂ ବିଏସଏଫ ଉଚ୍ଚ ଅଧିକାରୀ ଜିଲ୍ଲା ପୁଲିସ କାର୍ୟ୍ୟଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।
Powered by Froala Editor