ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ ବିଳମ୍ବ
ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ ବିଳମ୍ବ । ଗୁରୁବାର ସରସ୍ୱତୀ ପୂଜା ଓ ଚାଚେରୀ ବେଶ ଯୋଗୁଁ ଆଜି ବିଳମ୍ବ ହୋଇଛି ଶ୍ରୀମନ୍ଦିର ନୀତି କାନ୍ତି ।
ଶୁକ୍ରବାର ଭୋର ସମୟରେ ପହୁଡ଼ ନୀତି ପାଳନ କରିବା ଫଳରେ ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଲମ୍ବ ହୋଇଛି । ଭୋର ୫ଟା ୫ ମିନିଟରେ ମହାପ୍ରଭୁଙ୍କ ପହୁଡ଼ ନୀତି ହେବାରୁ ସକାଳ ୭ଟାରେ ସିଂହଦ୍ଵାର ଖୋଲିଛି । ଫଳରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ବିଳମ୍ବରେ ମଙ୍ଗଳା ଆରତୀ ଦର୍ଶନ ପାଇଁ ଛଡାଯାଇଛି ।
ନୀତି ବିଳମ୍ବ ଯୋଗୁଁ ଭକ୍ତଙ୍କ ଦର୍ଶନ ଉପରେ ସିଧାସଳଖ ପ୍ରଭାବ ପଡିଛି। ତେବେ ପ୍ରଶ୍ନ ଉଠିଛି ଯଦି ନୀତି ବିଳମ୍ବ ହେଲା ତାହାଲେ କଣ ପାଇଁ ଭୋର ୫ଟାରେ ମହାପ୍ରଭୁଙ୍କର ପହୁଡ଼ ନୀତି କରାଗଲା।
Powered by Froala Editor