ୟୁକ୍ରେନ୍ ଫେରନ୍ତା ଡାକ୍ତରୀଙ୍କ ଛାତ୍ରଙ୍କ ପାଇଁ ବାଟ ଖୋଲିଲେ ସରକାର
![ୟୁକ୍ରେନ୍ ଫେରନ୍ତା ଡାକ୍ତରୀଙ୍କ ଛାତ୍ରଙ୍କ ପାଇଁ ବାଟ ଖୋଲିଲେ ସରକାର](https://odishanewslens.com/news_gallery/19168_1674756110.jpg)
ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ୟୁକ୍ରେନ୍ରେ ଡାକ୍ତରୀ ପଢ଼ୁଥିବା ଅନେକ ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଫେରିଥିବା ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ଭବିଷ୍ୟତ ଏବେ ଘୋର ଅନ୍ଧକାର ମୟ ହୋଇଯାଇଛି। ତେବେ ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବାବେଳେ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି ଯେ ପ୍ରାୟ ୨୦,୦୦୦ ଭାରତୀୟ ଛାତ୍ର ୟୁକ୍ରେନରୁ ଡାକ୍ତରୀ ଶିକ୍ଷା ସମାପ୍ତ ନ କରି ଫେରିଆସିଥିଲେ । ଆଉ ଏହି ଛାତ୍ରଛାତ୍ରୀମାନେ କିଭଳି ନିଜର ଡାକ୍ତରୀ ପାଠ୍ୟକ୍ରମ ଶେଷ କରିପାରିବେ ସେନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ଵର୍ଯ୍ୟା ଭାଟି, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ ବିକ୍ରମ ନାଥଙ୍କ ଖଣ୍ଡପୀଠକୁ ସୂଚନା ଦେଇଥିଲେ ଯେ କୋର୍ଟର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ଏକ ବିଶେଷଜ୍ଞ କମିଟି ଗଠନ କରିଛି। ସେ କହିଛନ୍ତି, କମିଟି ପୂର୍ବରୁ ଏକ ବୈଠକ କରିସାରିଛି। ସେହିପରି କମିଟି କିଛି ରାଜ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଭାଟି ଖଣ୍ଡପୀଠକୁ କହିଥିଲେ ଯେ ଦୟାକରି ଆମକୁ ଆଉ ଛଅ ସପ୍ତାହ ସମୟ ଦିଅନ୍ତୁ ଯାହା ଦ୍ୱାରା ଆମେ ସମାଧାନର ରାସ୍ତା ପାଇପାରିବା। ଏହା ପରେ ବେଞ୍ଚ ଶୁଣାଣିକୁ ୬ ସପ୍ତାହ ଯାଏଁ ସ୍ଥଗିତ ରଖିଛନ୍ତି ।
Powered by Froala Editor