ପଦ୍ମ ବିଭୂଷଣ ସମ୍ମାନ ଦେଇ ମୁଲାୟମ ସିଂଙ୍କୁ ସରକାର ଉପହାସ କରିଛନ୍ତି

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ କେନ୍ଦ୍ରସରକାର ପଦ୍ମବିଭୂଷଣ ସମ୍ମାନ ପାଇଁ ଘୋଷଣା କରିଛନ୍ତି। ତାଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି। କିନ୍ତୁ କେନ୍ଦ୍ରସରକାକରଙ୍କ ପକ୍ଷରୁ ପ୍ରଦାନ କରାଯାଥିବା ଏହି ସମ୍ମାନ କିନ୍ତୁ ସମାଜବାଦୀ ପାର୍ଟି ନେତାଙ୍କୁ ସନ୍ତୁଷ୍ଟ କରିପାରିନି। ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କେନ୍ଦ୍ରର ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ମୁଲାୟମ ସିଂହ ଯାଦବଙ୍କୁ ପଦ୍ମବିଭୂଷଣ ଉପହାର ଦେଇ ତାଙ୍କ ପ୍ରତି ଉପହାସ କରଇଛନ୍ତି। ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଉଚିତ ବୋଲି ସେ କହିଛନ୍ତି।
ମୋର୍ଯ୍ୟ ଟୁଇଟ କରି କହିଛନ୍ତି, ମୁଲାୟମ୍ ସିଂହ ଯାଦବଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ପୁରସ୍କାର ଦେଇ ଭାରତ ସରକାର ତାଙ୍କର ବ୍ୟକ୍ତିତ୍ୱ, କାର୍ଯ୍ୟ ତଥା ଦେଶ ପ୍ରତି ଅବଦାନକୁ ପରିହାସ କରିଛନ୍ତି। ଯଦି ନେତାଜୀଙ୍କୁ ସମ୍ମାନ ଦେବାର ଥିଲା ତେବେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାର ଉଚିତ୍ ବୋଲି ମୋର୍ଯ୍ୟ କହିଛନ୍ତି।
Powered by Froala Editor