କାମକୁ ଯାଇଥିଲେ ବାପା, ମା’ : ୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା
କେଉଁ ମଣିଷର ମାନସିକତା କଣ ଜାଣିହେବନି । ସାଧାରଣ ଦେଖାଯାଉଥିବା ଲୋକଟି ମନରେ ବି ନୃଶଂସତା ଭରି ରହିଥାଏ । ଯାହାକୁ ସାଇକୋ ବୋଲି କୁହାଯାଏ । ଏଭଳି ଏକ ସାଇକୋ ମାନସିକତାର କାଣ୍ଡ କାରନାମା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ କେହି କ୍ରୁରମାନସିକତାର ଲୋକ ହତ୍ୟା କରିଛି ।
ପୀଡ଼ିତାଙ୍କ ପରିବାର ୨ ମାସ କାଳ ଉତ୍ତର ପ୍ରଦେଶରେ ରହିବା ପରେ ନିକଟରେ ଭିୱାଣ୍ଡି ସ୍ଥିତ ନିଜ ଭଡ଼ା ଘରକୁ ଫେରିଥିଲେ। ପିଡ଼ୀତାଙ୍କ ବାପା ଜଣେ ସ୍କ୍ରାପ ଦୋକାନ କରିଥିବା ବେଳେ ମା’ ବ୍ୟାଗ ତିଆରି ୟୁନିଟରେ କାମ କରନ୍ତି। ଘଟଣା ଦିନ ପୀଡ଼ିତାଙ୍କ ପରିବାର ଲୋକ କାମକୁ ଚାଲିଯାଇଥିଲେ। ଏହି ସମୟରେ ପୀଡ଼ିତା ଓ ତାଙ୍କର ଦୁଇ ଭାଇ (୭ବର୍ଷ ଓ ୫ ବର୍ଷ) ଘରେ ରହିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ବାପା ମା’ ଘରକୁ ଆସିଥିଲେ ସେତେବେଳେ ଝିଅ ସେଠାରେ ନଥିଲେ। ସେମାନେ ପଡ଼ୋଶୀଙ୍କ ଘରେ ଝିଅକୁ ଖୋଜାଖୋଜି କରିଥିଲେ। ହେଲେ ସେମାନେ ନିରାଶ ହେବା ପରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଅଭିଯୋଗ ପାଇବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ବୁଧବାର ଗୋଟିଏ ଖୋଲା ପଡ଼ିଆରୁ ଶିଶୁକନ୍ୟାର ମୃତଦେହ ମିଳିଥିଲା। ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଓ ପରେ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ପୁଲିସ ପାୱାରଲୁମ ଶ୍ରମିକ ଭାବେ କାମ କରୁଥିବା ଜଣେ ୨୬ ବର୍ଷୀୟ ଯୁବକକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ କରିଛି।
Powered by Froala Editor