ଜୀବଙ୍କ ଉପରେ ଅତ୍ୟାଚାରକୁ ନିନ୍ଦା : କୁମ୍ଭୀର ଉପରେ ବସି ବାଇକ୍ ଚଳାଇଲେ ଯୁବକ
![ଜୀବଙ୍କ ଉପରେ ଅତ୍ୟାଚାରକୁ ନିନ୍ଦା : କୁମ୍ଭୀର ଉପରେ ବସି ବାଇକ୍ ଚଳାଇଲେ ଯୁବକ](https://odishanewslens.com/news_gallery/19063_1674236390.jpg)
ପଶୁପକ୍ଷୀଙ୍କ ଉପରେ ନିର୍ଯାତନା ଏକ ବଡ ଅପରାଧ । ତଥାପି କିଛି ବଦମାସ ଲୋକ ନିରିହ ଜୀବଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଜଣେ ଯୁବକ ବାଇକ ଉପରେ କୁମ୍ଭୀରକୁ ଶୁଆଇ ନିଜେ ତା' ଉପରେ ବସି ଦ୍ରୁତଗତିରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓକୁ କେହି ଜଣେ ତାଙ୍କ ପଛପାର୍ଶ୍ବରୁ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।
ତେବେ ଏଦୃଶ୍ୟ ଦେଖି ଭୟ ଲାଗୁଥିବା ବେଳେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ଜୀବଜନ୍ତୁଙ୍କୁ ଏଭଳି ନିର୍ଯାତନା ଦେବା ଆଦୌ ଉଚିତ ନୁହେଁ। ଆଉ ଜଣେ ଲେଖିଛନ୍ତି, ଏହି ଯୁବକଙ୍କ ଜୀବନ ପ୍ରତି ଲୋଭ ନାହିଁ।
Powered by Froala Editor