ପୁଣି ଏକ ଦନ୍ତାହାତୀର ମୃତ୍ୟୁ
ଭଞ୍ଜନଗର: ଜଙ୍ଗଲର ସବୁଠାରୁ ବଡ଼ ପ୍ରାଣୀଟି ହେଉଛି ହାତୀ । ଲୋକେ ତାଙ୍କୁ ମାତା ଲକ୍ଷ୍ମୀଙ୍କର ରୂପ ବୋଲି ମଧ୍ୟ ପୂଜା କରନ୍ତି । କିନ୍ତୁ ଏବେ ଲୋକଙ୍କ ଧାରଣା ବଦଳିବାରେ ଲାଗିଛି । ବନ୍ୟଜନ୍ତୁ ଜଙ୍ଗଲରେ ରହିବା ଦ୍ୱାରା ଆମ ପରିବେଷରେ ସନ୍ତୁଳନ ରହିଥାଏ । ଅପରପକ୍ଷରେ ଏବେ ପ୍ରାକୃତିକ ପରିବେଶକୁ ଧୀରେ ଧୀରେ ଲୋକେ ନଷ୍ଟ କରିବାରେ ଲାଗିଛନ୍ତି । ଯାହା ଫଳରେ ଦାଉ ସାଝିଛି ପରିବେଶ । ହାତୀ ମଣିଷ ଲଢେ଼ଇ ଭିତରେ କେତେବେଳେ ବଳି ପଡ଼ିଯାଉଛି ହାତୀ ତ ଅନ୍ୟକେତେବେଳେ ବଳି ପଡ଼ୁଛି ମଣିଷ । ହାତୀ ଦାନ୍ତର କୌଣସି ବ୍ୟବାହାର ହେଉନଥିଲେ ମଧ୍ୟ ଲୋକେ ଲୋଭରେ ହାତୀକୁ ମାରୀ ଦାନ୍ତ କାଟି ବିକ୍ରି କରୁଛନ୍ତି ।
ସୂଚନା ଅନୁସାରେ, ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରାସିଙ୍ଗି ବନାଞ୍ଚଳ ଅନ୍ତର୍ଗତ ମାଣପୁର ଗାଁ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହାତୀଟିର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଗତ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହିଭିତରେ ଧିରେ ଧିରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପ୍ରତି ଦୃଷ୍ଟି ନଦେଲେ ଦିନ ଆସିବ ଜଙ୍ଗଲର ଏହି ବିରାଟ ପ୍ରାଣୀ ଲୋପ ପାଇଯିବ ।
Powered by Froala Editor