ଅମାପ ସମ୍ପତ୍ତିର ମୋହ ଛାଡି ସନ୍ୟାସିନୀ ହୋଇଗଲେ ହୀରା ବ୍ୟବସାୟୀଙ୍କ ୯ ବର୍ଷର ଝିଅ

ଅମାପ ଧନସମ୍ପତ୍ତିର ମୋହ ଛାଡି ସନ୍ୟାସିନୀ ହୋଇଯାଇଛନ୍ତି ଜଣେ ହୀରା ବ୍ୟବସାୟୀଙ୍କ ଝିଅ । ସେ ପୁଣି ମାତ୍ର ୯ ବର୍ଷ ବୟସରେ । ସୁରତର ଜଣେ ଧନୀ ହୀରା ବ୍ୟବସାୟୀ ହେଉଛନ୍ତି ଧନେଶ ଓ ଆମି ସାଂଘଭି । ତାଙ୍କର ଦୁଇ ଝିଅ ଅଛନ୍ତି । ବଡ଼ ଝିଅ ଦେବାଂଶୀ ମାତ୍ର ୯ ବର୍ଷ ବୟସରେ ଜୈନ ସନ୍ୟାସିନୀ ହେବାକୁ ଦୀକ୍ଷା ଗ୍ରହଣ କରିଛନ୍ତି । ସେ ଜୈନ ସନ୍ୟାସୀ ଆଚାର୍ଯ୍ୟ ବିଜୟ କିର୍ତ୍ୟାସୁରୀଙ୍କଠାରୁ ସେ ଦୀକ୍ଷା ଗ୍ରହଣ କରିଛନ୍ତି । ସୁରତର ଅନ୍ୟତମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ସାଂଘଭିଙ୍କ ଝିଅ ଦେବାଂଶୀଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ସେ ଦୀକ୍ଷା ଗ୍ରହଣ କରିବା ପରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ଜୀବନ ଓ ଜିନିଷକୁ ତ୍ୟାଗ କରିଛନ୍ତି।
ଦେବାଂଶୀଙ୍କ ବାପା ହେଉଛନ୍ତି ସାଂଘଭି ଆଣ୍ଡ ସନ୍ସର ମାଲିକ। ସେ ଦୀର୍ଘ ୩୦ ବର୍ଷ ହେଲା ହୀରା ବ୍ୟବସାୟ କରି ଆସୁଛନ୍ତି। ଦେବାଂଶୀର ଏପରି ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ ଆଉ କିଛି ନାସପନ୍ଦ କରିଛନ୍ତି। କେବଳ ଦେବାଂଶୀ ନୁହନ୍ତି, ସୁରତର ଭେସୁଲ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଦୀକ୍ଷା ଗ୍ରହଣ କରିଛନ୍ତି।
Powered by Froala Editor