ଶିଶୁପୁତ୍ରକୁ ହତ୍ୟା ପରେ ମାଆର ଆତ୍ମହତ୍ୟା
କଟକ : କଟକ ମଧୁପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ । ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା । ଦୁଇ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଛି ମାଆ । ତେବେ ହତ୍ୟା ପରେ ମାଆ ମଧ୍ୟ ଆତ୍ମହତ୍ୟା କରିଛି । ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି ।
ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଜଣାପଡୁଛି ପାରିବାରିକ ଅଶାନ୍ତି ହୋଇଥାଏପାରେ ।
ଆଜି ସକାଳେ ମହିଳାଜଣକ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ସେମାନେ କବାଟ ବାଡ଼େଇବାରୁ କେହି ନ ଖୋଲିବାରୁ ସେମାନେ ପୁଲିସ୍କୁ ସୂଚନା ଦେଇଥିଲେ।
ପୁଲିସ୍ କବାଟ ଖୋଲି ଭିତରକୁ ଯିବାରୁ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ପାଇଥିଲା। ଖଟ ଉପରେ ପିଲାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତା’ର ତଣ୍ଟି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଉକ୍ତ ଘରେ ହିଁ ମହିଳାଜଣକ ଝୁଲୁଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଉଭୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ମହିଳାଙ୍କ ସ୍ୱାମୀ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି। ଏନେଇ ତାଙ୍କୁ ଖବର ଦିଆଯାଇଥିବା ଜଣାଯାଇଛି। ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି।
Powered by Froala Editor