ଭାରତ ଯୋଡୋ ଯାତ୍ରାରେ ସାଂସଦଙ୍କ ହୃଦଘାତ
ପଞ୍ଜାବର ଫିଲୌର୍ଠାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ କଂଗ୍ରେସ ସଂସଦ ରାହୁଲ ଗାନ୍ଧିଙ୍କ ସହ ସନ୍ତୋଖ ସିଂହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହ ପଦ ଯାତ୍ରା କରିବା ବେଳେ ସନ୍ତୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ଲୁଧିଆନାର ଫଗ୍ୱାରାସ୍ଥିତ ବିର୍କ ହସ୍ପିଟାଲ୍କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଦେହାନ୍ତ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଅକାଳ ବିୟୋଗ ଯୋଗୁଁ ଅତ୍ୟନ୍ତ ଦୁଃଖିତ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ ଶୋକବ୍ୟକ୍ତ କରି ଲେଖିଛନ୍ତି, ଆଜି ହୃଦ୍ଘାତ ଯୋଗୁଁ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଖୁବ୍ ଦୁଃଖିତ। ଏଭଳି ଦୁଃଖଦାୟକ ସମୟରେ ତାଙ୍କର ପରିବାରବର୍ଗଙ୍କ ପ୍ରତି ମୋର ଆନ୍ତରିକ ସମବେଦନା।
Powered by Froala Editor