ସିଲିଣ୍ଡର ବିସ୍ଫୋରଣ , ୬ ମୃତ

ନୂଆଦିଲ୍ଲୀ: ହରିୟାଣା ପାନିପଥର ବିଚପଡି ଗାଁରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ବାପା, ମା’ଙ୍କ ସହ ୨ପୁଅ ଓ ୨ଝିଅ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବାପା, ମା’ଙ୍କ ସହ ୨ପୁଅ ଓ ୨ଝିଅ ଜଳିଯାଇଥିଲେ ।
ମୃତକ ମାନଙ୍କ ମଧ୍ୟରେ ଅବଦୁଲ କରିମ (୫୦) ଓ ପତ୍ନୀ ଆଫ୍ରୋଜା (୪୬) ରହିଥିବା ବେଳେ ବଡ଼ ଝିଅ ଇଶ୍ରାଟ ଖାତୁନ (୧୭), ସାନଝିଅ ରେଶମା (୧୬), ବଡ଼ ପୁଅ ଅବଦୁଲ ଶକୁର (୧୦) ଓ ୭ ବର୍ଷର ଶିଶୁପୁତ୍ର ଆଫାନଙ୍କ ମୃତ୍ୟୁ ହୋଇଛି । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ମାନେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ବାସିନ୍ଦା ବୋଲି ଜଣାପଡ଼ିଛି । ସେମାନେ ପାନିପଥର ବିଚପଡି ଗାଁରେ ରହିଆସୁଥିଲେ ।
Powered by Froala Editor