'ନାଟୁ ନାଟୁ'କୁ ଶ୍ରେଷ୍ଠ ଅରିଜନାଲ୍ ଗୀତର ଆୱାର୍ଡ

ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ହାତେଇଲା ଗତବର୍ଷର ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’। ଏସ୍ଏସ୍ ରାଜାମୌଲୀଙ୍କ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଅରିଜନାଲ୍ ଗୀତର ଆୱାର୍ଡ ମିଳିଛି। ଏହି ପୁରସ୍କାର ଗ୍ରହଣ କରିବା ପାଇଁ ନିର୍ଦ୍ଦେଶକ ରାଜାମୌଲି,ଅଭିନେତା ଜୁନିୟର୍ ଏନ୍ଟିଆର୍ ଏବଂ ରାମ ଚରଣ କାଲିଫର୍ଣ୍ଣିଆ ଗସ୍ତ କରିଥିଲେ। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା ଭାରତୀୟ ଚଳଚ୍ଚିତ୍ର ପାଇଁ ଗର୍ବର ବିଷୟ।
ଆର୍ଆର୍ଆର୍ ଫିଲ୍ମ ଦୁଇଟି କ୍ୟାଟେଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ନମିନେଟ୍ ହୋଇଥିଲା। ଏହାକୁ ନନ୍ ଇଂଲିସ୍ ଲାଙ୍ଗୁଏଜ ଓ ବେଷ୍ଟ ଅରିଜନାଲ ସଙ୍ଗ ମୋସନ ପିକ୍ଚର ପାଇଁ ନମିନେଟ୍ କରାଯାଇଥିଲା। ଯେଉଁଥିରୁ 'ନାଟୁ ନାଟୁ'କୁ ଶ୍ରେଷ୍ଠ ଗୀତର ମାନ୍ୟତା ମିଳିଛି। ‘ଆର୍ଆର୍ଆର୍’ ହେଉଛି ‘ଦି ଗୋଲ୍ଡେନ୍ ଗ୍ଲୋବ୍ସ୍’ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଫିଲ୍ମ। ଏହାକୁ ତେଲୁଗୁ ଭର୍ସନରେ ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାୱାଣୀ କମ୍ପୋଜ କରିଛନ୍ତି। କାଳା ଭୌରବା ଓ ରାହୁଲ ସିପ୍ଲିଗୁଞ୍ଜ ଏହାକୁ ଲେଖିଛନ୍ତି।
Powered by Froala Editor