ସମାଲୋଚନା ପରେ ଏମିତି କହିଲେ ସାମନ୍ଥା
ସମାଲୋଚନାର ଶିକାର ହେବା ପରେ ଏବେ ଉତ୍ତର ରଖିଛନ୍ତି ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ସେ କହିଛନ୍ତି, 'ମୁଁ ମାୟୋସାଇଟିସ୍ ରୋଗରେ ପୀଡ଼ିତ। ଭଗବାନ କରନ୍ତୁ ଆଉ କେହି ଏହି ରୋଗରେ ପୀଡ଼ିତ ନ ହୁଅନ୍ତୁ।
ସାମନ୍ଥା କିଛି ଦିନ ହେବ ନିଜ ସ୍ୱାସ୍ଥ୍ୟ ପାଇଁ ହେଡଲାଇନରେ ଅଛନ୍ତି। ମାୟୋସାଇଟିସ୍ ନାମକ ଏକ ଗୁରୁତର ରୋଗରେ ପୀଡ଼ିତ ଥିବା କିଛି ଦିନ ପୂର୍ବରୁ ସୋଶାଲ ମିଡିଆରେ ସାମନ୍ଥା ନିଜ ଫ୍ୟାନ୍ସଙ୍କୁ ଜଣାଇଥିଲେ। ହେଲେ ଏହି ରୋଗ ଯୋଗୁ ସେ ନିଜ ଚେହେରାର ଚମକ ଓ ଗ୍ଲୋ ହରାଇ ସାରିଥିବା ନେଇ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଏହାର କଡ଼ା ଜବାବ ରଖିଛନ୍ତି ଅଭିନେତ୍ରୀ ଜଣକ । ସାମନ୍ଥା ପୋଷ୍ଟ କରି କହିଛନ୍ତି ଯେ ସେ ଚାହୁଁ ନାହାନ୍ତି ଯେ ଏହି ରୋଗରେ କେହି କେବେ ପୀଡିତ ହୁଅନ୍ତୁ। କାହାକୁ ଏହାର ଚିକିତ୍ସା ପ୍ରଣାଳୀ ଦେଇ ଗତି କରିବାକୁ ନ ପଡ଼ୁ। ଅନ୍ୟପଟେ ଆଉ କିଛି ଫ୍ୟାନ୍ସ ତାଙ୍କ ମନୋବଳ ବଢାଇବାରେ ଲାଗିଛନ୍ତି ।
ଫ୍ୟାନ୍ସମାନେ 'କେବଳ ଆପଣ ନୁହନ୍ତି, ଆପଣଙ୍କ ହୃଦୟ ବହୁତ ସୁନ୍ଦର' ବୋଲି ଟୁଇଟ୍ କରିଛନ୍ତି। ସାମନ୍ଥାଙ୍କ ଫିଲ୍ମ 'ଶଙ୍କୁନ୍ତଳମ୍'ର ଟ୍ରେଲର ରିଲିଜ୍ ହୋଇଥିବାବେଳେ ଫିଲ୍ମଟି ଆସନ୍ତା ଫେବୃୟାରୀ ୧୭ରେ ରିଲିଜ୍ ହେବାକୁ ଯାଉଛି।
Powered by Froala Editor