'କେଜିଏଫ-୨' ଭଳି ଫିଲ୍ମ ଭଲ ଲାଗେ ନାହିଁ, ଏହା ମୋର ବ୍ୟକ୍ତିଗତ ପସନ୍ଦ

କେଜିଏଫ୍ ଫିଲ୍ମର କ୍ରେଜ୍ ବହୁତ ମାତ୍ରାରେ ଥିବାବେଳେ ଏହାକୁ ନେଇ ଦ୍ୱିମତ ଦେଇଛନ୍ତି କାନ୍ତାରା ଫିଲ୍ମର ଏହି ଅଭିନେତା । ଜଙ୍ଗଲ ଅଧିକାରୀ ମୁରଲୀଧରଙ୍କ ଭୂମିକା ପାଇଁ ପ୍ରଶଂସା ସାଉଁଟିଥିବା ଅଭିନେତା କିଶୋର କୁମାର ନିକଟରେ 'କେଜିଏଫ୍ -୨'କୁ ନେଇ କହିଛନ୍ତି ଯେ, ସେ କେଜିଏଫ ଭଳି ଫିଲ୍ମର କାହାଣୀ ଶୈଳୀ ପସନ୍ଦ କରନ୍ତି ନାହିଁ।
ସେ କହିଛନ୍ତି, 'ମୁଁ ଜାଣେ ନାହିଁ ଏହା ଠିକ କି ଭୁଲ କିନ୍ତୁ ମୁଁ 'କେଜିଏଫ-୨' ଦେଖି ନାହିଁ। ଏହା ମୁଁ ଦେଖିବା ଭଳି ସିନେମା ନୁହେଁ। ଏହା ଏକ ବ୍ୟକ୍ତିଗତ ପସନ୍ଦ। ସମସ୍ତଙ୍କ ପସନ୍ଦ ଭିନ୍ନ। ମୋତେ 'କେଜିଏଫ-୨' ଭଳି ଫିଲ୍ମ ଦେଖିବାକୁ ଭଲ ଲାଗେ ନାହିଁ। ଏଭଳି ବ୍ଲକବଷ୍ଟର ଫିଲ୍ମ ପରିବର୍ତ୍ତେ ମୁଁ ବରଂ ଏକ ଛୋଟ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରିବି, ଯାହା ହିଟ୍ ହୋଇନଥିଲେ ବି ତାହାର ବିଷୟବସ୍ତୁ ଗୁରୁତ୍ବପୂର୍ଣ୍ଣ ଥିବ। ୨୦୨୨ର ବ୍ଲକବଷ୍ଟର ଫିଲ୍ମକୁ ନେଇ ପ୍ରକାଶ କୁମାରଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Powered by Froala Editor