ନୋରା ନୁହେଁ ଏହି ଅଭିନେତ୍ରୀଙ୍କୁ ପସନ୍ଦ କରୁଛନ୍ତି ଆର୍ଯ୍ୟନ

କିଛି ଦିନ ହେଲା ବଲିଉଡ କିଙ୍ଗ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ ନୋରା ଫତେହିଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏ କଥା ମିଛ ବୋଲି ଜଣାପଡିଛି । ସେ ନୋରା ନୁହେଁ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ସାଦିଆ ଖାଁଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଫଟୋରେ ଆର୍ୟନ ଲାଲ ରଙ୍ଗର ଟି-ଶର୍ଟ ଏବଂ ଧଳା ରଙ୍ଗର ଜ୍ୟାକେଟ ପିନ୍ଧି ବେଶ ହ୍ୟାଣ୍ଡସମ୍ ଲାଗୁଛନ୍ତି। ସେହିଭଳି ସାଦିଆ କଳା ରଙ୍ଗର ପୋଷାକ ପରିଧାନ କରିଛନ୍ତି। ଉଭୟ କ୍ୟାମେରାକୁ ଦେଖି ପୋଜ ଦେଇଥିବା ସ୍ପଷ୍ଟ ହୋଇଛି।
Powered by Froala Editor