ଅଢ଼େଇ ବର୍ଷ ପରେ ଭଡାରେ ଲାଗିଲା ସୁଶାନ୍ତ ରହୁଥିବା ଘର

ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ସେ ରହୁଥିବା ଘର ଖାଲି ପଡ଼ିଥିଲା। ତାଙ୍କ ମୃତ୍ୟୁର ପ୍ରାୟ ଅଢ଼େଇ ବର୍ଷ ପରେ ଏବେ ସେ ଘର ଭଡ଼ାରେ ଲାଗିଛି। ଏହି ଘରର ମାଲିକ ବିଦେଶରେ ରୁହନ୍ତି। ଏହି ଘରକୁ ଭଡ଼ାରେ ନେଇଥିବା ଭଡ଼ାଟିଆ ସିକ୍ୟୁରିଟି ମନି ବାବଦାରେ ୩୦ ଲକ୍ଷ ଟଙ୍କା ଜମା କରିବା ସହ ମାସକୁ ୫ ଲକ୍ଷ ଟଙ୍କା ଭଡ଼ା ଦେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ରିୟଲ୍ ଇଷ୍ଟେଟ୍ର ବ୍ରୋକର୍ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ ଭଡ଼ାଟିଆ ମିଳିଯିବା କଥା କହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଯଥେଷ୍ଟ ସମୟ ହୋଇଯିବାରୁ ଲୋକ ଏବେ ଘରେ ରହିବାକୁ ବିଶେଷ ଅରାଜି ହେଉନାହାନ୍ତି।
ସୁଶାନ୍ତ ତାଙ୍କ ମୃତ୍ୟୁ ବେଳକୁ ଏକ ଡୁପ୍ଲେକ୍ସ ଫ୍ଲାଟ୍ରେ ରହୁଥିଲେ। ତାଙ୍କ ମୃତ୍ୟୁ ପରେ ସେହି ଫ୍ଲାଟ୍କୁ ନେଇ ଲୋକଙ୍କ ମନରେ ଏକ ଭୟ ରହିଥିଲା। କାରଣ ୨୦୨୦ ମସିହାରେ ସୁଶାନ୍ତ ଏହି ଘରେ ନିଜର ଜୀବନ ହାରିଥିଲେ। ଏହି ଘରକୁ ନେଇ ଅନେକ କିଛି କଥା ସାମ୍ନାକୁ ଆସିଥିଲା।
Powered by Froala Editor