କେତକିଙ୍କ ହାତ ଧରିଲେ ରୁଷଦ
୪୩ ବର୍ଷୀୟ ଅଭିନେତା ରୁଷଦ ରାଣା ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରୁଷଦ ତାଙ୍କର ଗର୍ଲଫ୍ରେଣ୍ଡ କେତକି ୱାଲାୱାଲକରଙ୍କ ସହ ମରାଠୀ ରୀତିନୀତିରେ ବିବାହ କରିଛନ୍ତି। ଇ-ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ରୁଷଦ କହିଛନ୍ତି ଯେ ଜାନୁଆରୀ ୪ରେ ସେ କେତକିଙ୍କ ସହ ପ୍ରଥମ ଥର ପାଇଁ ଏକ ଡେଟରେ ଯାଇଥିଲେ। ସେଥିପାଇଁ ସେ ଜାନୁଆରୀ ୪ରେ ସାତ ଫେରା ନେବାକୁ ସ୍ଥିର କଲେ ।
ଏହି ଅଭିନେତାଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ଟିଭି ସିରିଏଲ 'ଅନୁପମା'ର ପୁରା ଟିମ୍ ପହଞ୍ଚିଥିଲେ। ଏନେଇ ରୁପାଲି ଗାଙ୍ଗୁଲି ସୋସିଆଲ ମିଡିଆରେ ବିବାହ ଅନେକ ଫଟୋ ସେୟାର କରିଛନ୍ତି। ଫଟୋରେ ରୁଷଦ ଏବଂ କେତକି ପାରମ୍ପାରିକ ମରାଠୀ ପୋଷାକ ପିନ୍ଧିଛନ୍ତି। ରୁଷଦଙ୍କ ପତ୍ନୀ କେତକି ମରାଠୀ ହୋଇଥିବାବେଳେ ରୁଷଦ ପାରସି।
ଏହାପୂର୍ବରୁ ରୁଷଦ ୨୦୧୦ରେ ବିବାହ କରିଥିଲେ, କିନ୍ତୁ ତାଙ୍କ ବିବାହ ଅଧିକ ଦିନ ତିଷ୍ଠି ନଥିଲା । ରୁଷଦ କହିଥିଲେ ଯେ ତାଙ୍କ ପୂର୍ବତନ ପତ୍ନୀଙ୍କ ପରିବାର ଲୋକେ ତାଙ୍କୁ ଅଭିନେତା ହେବା ପସନ୍ଦ ନଥିଲା। ଯେଉଁଥିପାଇଁ ସେମାନଙ୍କ ସଂପର୍କରେ ଅନେକ ତିକ୍ତତା ଦେଖାଦେଇଥିଲା । ତିନି ବର୍ଷ ମଧ୍ୟରେ ଛାଡପତ୍ର ହୋଇଥିଲା।
Powered by Froala Editor