ପରଲୋକରେ ‘ଶୂନ୍ୟ ସ୍ୱରୂପ’ର ପ୍ରଯୋଜକ ଆଳୟ ମହାନ୍ତି
ପରଲୋକରେ ବିଶିଷ୍ଟ ଫିଲ୍ମ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତି। ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ୯ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଶୂନ୍ୟ ସ୍ବରୂପ, ଆଶା ଏବଂ ଭୁଲ ବୁଝିବନି ଆଦି ଫିଲ୍ମର ସେ ପ୍ରଯୋଜକ ଥିଲେ। ସେଥିରୁ ‘ଶୂନ୍ୟ ସ୍ୱରୂପ’ ଓ ‘ଆଶା’ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା। ସେ ଟେଲିଭିଜିନ ଧାରାବାହିକ ‘ମରିଚିକା’ ଓ ‘ବାଲିଘର’ର ମଧ୍ୟ ପ୍ରଯୋଜକ ଥିଲେ।
ଆଳୟ ମହାନ୍ତି 'ହୀରାଖଣ୍ଡ'ରୁ ତାଙ୍କ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ମୃତ୍ୟୁ ବେଳକୁ ସେ ‘ଅମୃତ ସନ୍ଦେଶ’ ନାମକ ହିନ୍ଦୀ ପତ୍ରିକାର ରାଜ୍ୟ ପ୍ରତିନିଧି ଥିଲେ। ଏହା ସହିତ ‘ସତ୍ୟଧାରା’ ନାମକ ଓଡ଼ିଆ ସାପ୍ତାହିକର ସଂପାଦନା କରୁଥିଲେ।
Powered by Froala Editor