ବ୍ଲାକ୍ ଡ୍ରେସ୍ରେ ସେଲିବ୍ରେସନ

ଭାରତୀୟ କ୍ରିକେଟର କେ.ଏଲ ରାହୁଲ ତାଙ୍କ ଗର୍ଲଫ୍ରେଣ୍ଡ ଆଥିଆ ଶେଟ୍ଟୀଙ୍କ ସହ ନୂଆ ବର୍ଷ ପାଳନ କରିଛନ୍ତି। ଉଭୟଙ୍କ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଉଭୟ କଳା ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି।
ଜାନୁୟାରୀ ୩ରୁ ଆରମ୍ଭ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ କେ.ଏଲ ରାହୁଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ଉଭୟଙ୍କ ବିବାହର ଖବରକୁ ଚର୍ଚ୍ଚା ଜୋର ଧରିଛି। ଯଦିଓ, ରାହୁଲ ଏବଂ ଆଥିଆଙ୍କ ବିବାହ ତାରିଖ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କୁହାଯାଉଛି ଉଭୟ ଫେବୃଆରୀରେ ବିବାହ କରିବେ । ଏସବୁ ଭିତରେ ଉଭୟ ୨୦୨୩ ନୂଆ ବର୍ଷ ରୋମାଣ୍ଟିକ ଢଙ୍ଗରେ ଆରମ୍ଭ କରିଛନ୍ତି।
Powered by Froala Editor