ଫ୍ରିଡମ୍ ସିଟି ମଲରେ ଦଳାଚକଟା : ୯ ଜଣଙ୍କ ମୃତ୍ୟୁ
ନୂଆବର୍ଷ ରାତି ୧୨ଟାରେ ଉଗାଣ୍ଡାର ଏକ ସପିଂ ମଲରେ ଦଳାଚକଟା ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ବର୍ଷ ପାଳନ ପାଇଁ କାମ୍ପଲାର ଫ୍ରିଡମ୍ ସିଟି ମଲରେ ଲୋକମାନେ ଏକାଠି ହୋଇଥିଲେ। ଏହି ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଧ୍ୟରାତ୍ରିରେ ଲୋକମାନେ ଆତସବାଜି ପ୍ରଦର୍ଶନ ଦେଖିବା ପାଇଁ ବାହାରକୁ ଆସିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନାଚ,ଗୀତ ଓ ଆତସବାଜିର କାର୍ଯ୍ୟକ୍ରମ ସରିବା ପରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି।
ପୁଲିସ କହିଛି ଯେ, ଦଳାଚକଟାର ଖବର ମିଳିବା ପରେ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତରଖାନାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏକାଧିକ ଲୋକ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ରହିଛି।
Powered by Froala Editor