ଗିଜର ଲଗାଉଥିଲେ, ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଗିଜର ଏକ ଏମିତି ପ୍ରଡକ୍ଟ ଯାହା ଥଣ୍ଡା ଏବଂ ଗରମ ସବୁ ସିଜନରେ କାମରେ ଆସିଥାଏ। କାହିଁକିନା ଏହାଦ୍ୱାରା ଆପଣ ପାଣି ଗରମ କରିପାରିବେ ଏବଂ ଏହାର ବ୍ୟବହାର ଗାଧୋଇବା କିମ୍ବା କପଡା ଧୋଇବା ସମୟରେ କରାଯାଏ। ଗିଜର କିଛି ମିନିଟରେ ପାଣିକୁ ବାହାରକୁ ବାହାର କରେ ଏବଂ ଆପଣ ଏହାକୁ ନଳରୁ ବାହାର କରନ୍ତି।
ଆପଣଙ୍କ ଘରେ ବି ଯଦି ଗିଜରର ବ୍ୟବହାର କରୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କିଛି ଜରୁରୀ କଥା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ନିଜକୁ ସତର୍କରେ ରହି ଗିଜରର ବ୍ୟବହାର କରିପାରିବେ। ନଚେତ ଆପଣ ବି ବ୍ଲାଷ୍ଟ ସମସ୍ୟାକୁ ସାମ୍ନା କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଆପଣଙ୍କୁ କେଉଁ ଦିଗ ପ୍ରତି ଧ୍ୟାନ ରଖିବାକୁ ହେବ।
ଯଦି ଆପଣଙ୍କ ଘରର ଗିଜର ଡାଇରେକ୍ଟ ଓ୍ଵାଟର ଟ୍ୟାଙ୍କ ସହ କନେକଟେଡ ଅଛି ଏବଂ ଓ୍ଵାଟର ଟ୍ୟାଙ୍କ ଖାଲି ହୋଇଯାଇଛି ତାହେଲେ ଗିଜର ଆବଶ୍ୟକରୁ ଅଧିକ ଗରମ ହୋଇପାରେ। କାହିଁକିନା ଯେତେବେଳେ ଏଥିରେ ପାଣି ନଥାଏ ଏବଂ ଗିଜର ଅନ୍ ଥାଏ ତାହେଲେ ସେତେବେଳେ ଏହା ସମ୍ପୂର୍ଣ୍ଣ ଭାବେ ଗରମ ହୋଇଯାଏ ଏବଂ ଅଧିକ ପ୍ରେସର ପଡିବା କାରଣରୁ ଏହା ବ୍ଲାଷ୍ଟ ବି ହୋଇଥାଏ। ତେଣୁ ଆପଣଙ୍କୁ ସବୁବେଳେ ଏହି କଥାପ୍ରତି ଧ୍ୟାନ ରଖିବାକୁ ହେବ ଯେ କେବେବି ଗିଜରକୁ ବିନା ପାଣି ଭରି ଚଲାଇବେନାହିଁ। ଏବଂ ଯଦି ଟ୍ୟାଙ୍କରେ ପାଣି ସରିଯାଇଛି ତାହେଲେ ଏହାକୁ ତୁରନ୍ତ ଭରିଦିଅନ୍ତୁ ଯାହାଦ୍ୱାରା ଗିଜରକୁ ପାଣି ମିଳିପାରିବ।
ଯଦି ଗିଜରର ଓ୍ଵାୟରିଙ୍ଗ ଖରାପ ହୋଇସାରିଛି ତାହେଲେ ଏହାକୁ ନବଦଳାଇଲେ ହିଁ ଏହା ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ। କାରଣ ଓ୍ଵାୟରିଙ୍ଗ କାରଣରୁ ଅନେକ ଥର ଗିଜର ଆବଶ୍ୟକରୁ ଅଧିକ ଗରମ ହୋଇଯାଏ ଏମିତିରେ ଏହା ଫାଟି ବି ଯାଇପାରେ। ଆମେ ଆପଣଙ୍କୁ ଏହା ଏଥିପାଇଁ କହୁଛୁ କାରଣ ଅନେକ ଥର ଚାପ ଅଧିକ ବଢ଼ିଯାଇଥାଏ ଏବଂ ଏହା ଫାଟି ଯାଇଥାଏ।
Powered by Froala Editor