ପୋଲିସକୁ ଦେଖି ଚମ୍ପଟ ମାରୁଥିଲେ ଗଞ୍ଜେଇ ଚାଲାଣକାରୀ...

ଭୁବନେଶ୍ୱରସ୍ଥିତ ତମାଣ୍ଡୋ ପୋଲିସ ଗଞ୍ଜେଇ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି । ଏମାନଙ୍କ ନିକଟରୁ ମୋଟ୍ ୫୧ କେଜି ଗଞ୍ଜେଇ, ଗୋଟିଏ କାର, ୨ ଟି ମୋବାଇଲ ଫୋନ ସମେତ ନଗଦ ୫ ହଜାର ଟଙ୍କା ଜବତ କରିଛି ପୋଲିସ । ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ତମାଣ୍ଡୋ ଥାନା ପୋଲିସ ପାଟ୍ରୋଲିଂ କରୁଥିଲେ । ଗୋହିରିଆ ଛକରେ ପାଟ୍ରୋଲିଂ ସମୟରେ ଏକ ଧଳା ରଙ୍ଗର କାରରେ ୪ ଜଣ ଖୋର୍ଦ୍ଧାରୁ ଖଣ୍ଡଗିରି ଆଡ଼କୁ ଯାଉଥିବାର ଦେଖିବାକୁ ପାଇଥିଲେ । କାର ଚାଳକ ପୋଲିସ ଟିମକୁ ଦେଖିବା ପରେ ହଠାତ୍ ଦ୍ରୁତ ବେଗରେ କାର ଚଳାଇବାକୁ ଲାଗିଲେ । ଏଭଳି ଦେଖି ପୋଲିସର ସନ୍ଦେହ ହୋଇଥିଲା । ତେଣୁ ପାଟ୍ରୋଲିଂ ଟିମ୍ ତୁରନ୍ତ କାରର ପିଛା କରିଥିଲେ ଏବଂ ତମାଣ୍ଡୋ ଥାନା ଅନ୍ତର୍ଗତ ହ୍ୟୁଣ୍ଡାଇ ଶୋ ରୁମ ନିକଟରେ କାରଟିକୁ ଧରିବାରେ ସଫଳ ହୋଇଥିଲେ । ଗାଡ଼ିଟିକୁ ଅଟକାଇ କାରର ତଲାସି ନେଇଥିଲେ । ତଲାସି ସମୟରେ କାରରୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଲେ ।
Powered by Froala Editor