କରୋନା ପାଇଁ ଅଭିନବ ଉପାୟ: ପ୍ଲାଷ୍ଟିକ୍ ଘର ଧରି ବୁଲୁଛନ୍ତି ଲୋକେ

ଚାଇନାରେ କରୋନା ସ୍ଥିତି ମାରାତ୍ମକ ଭାବେ ବଢିଚାଲିଛି । ସରକାରୀ ଭାବେ ଯେତିକି ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ଦେଖାଯାଉଛି ତାଠୁ ଢ଼େର ଗୁଣ ଅଧିକ ବୋଲି କୁହାଯାଉଛି । ଏପରିସ୍ଥିତିରେ କରୋନାକୁ ରୋକିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିଛି ଲୋକ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ଆବରଣରେ ଆଚ୍ଛାଦନ କରିଛନ୍ତି, ଯାହା ଦ୍ୱାରା ସେମାନେ ଅନ୍ୟ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ରହିପାରିବେ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚାଇନାର ମିଡିଆ ପିପୁଲ୍ସ ଡେଲିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୩୦ ସେକେଣ୍ଡର ଭିଡିଓରେ ଏକ ଦମ୍ପତି ଏକ ବଡ଼ ପ୍ଲାଷ୍ଟିକ ସିଟ ଭିତରେ ବୁଲୁଥିବାର ନଜର ଆସିଛନ୍ତି। ସମଗ୍ର ଶରୀରକୁ ଆଚ୍ଛାଦନ କରୁଥିବା ଏହି ଛତା ଭଳି ଗଠନ ଅନ୍ୟ ଲୋକଙ୍କ ସହିତ ସିଧାସଳଖ ଯୋଗାଯୋଗର ବିପଦକୁ ହ୍ରାସ କରିପାରେ ବୋଲି କୁହାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାଇନାରେ ସଂକ୍ରମିତ ଦୈନିକ ସଂଖ୍ୟା ପ୍ରାୟ ୧୦ ଲକ୍ଷ ବୋଲି କୁହାଯାଉଛି। ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଫଳରେ ମୃତଦେହ ବ୍ୟବଚ୍ଛେଦ ଏବଂ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଧାଡି ଲାଗିଥିବାର ଦେଖାଯାଉଛି।
ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭୟ କରୁଛନ୍ତି।
Powered by Froala Editor