ନାଜାଲ ଭ୍ୟାକ୍ସିନକୁ ଅନୁମତି, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ : ଦିନକୁ ଦିନ କରୋନାର ନୂଆ ସବଭାରିଆଣ୍ଟ ବିଏଫ.୭ର ପ୍ରକୋପ ବଢୁଥିବାବେଳେ ସରକାର ନାଜାଲ ଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ଭାରତୀୟ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ୍ ‘ଇନକୋଭାକ୍’ ଦର ସ୍ଥିର କରିଛି ଭାରତୀୟ ବାୟାଟେକ୍ । ଇନକୋଭାକର ଦର ୮୦୦ଟଙ୍କା କରାଯାଇଥିବା ସୂଚନା ମିଳିଛି । ଘରୋଇ ହସ୍ପିଟାଲରେ ଏହି ଭ୍ୟାକ୍ସିନ ୮୦୦ଟଙ୍କାରେ ମିଳିପାରିବ । ୮ଶହ ଟଙ୍କା ସହ ୫ପ୍ରତିଶତ ଜିଏସଟି ମଧ୍ୟ ଦେବାକୁ ପଡିବ ।
ଅନ୍ୟପଟେ ସରକାରୀ ଭାବେ ଇନକୋଭାକ୍ ଦର ୩୨୫ଟଙ୍କା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନାଜାଲ ଭ୍ୟାକ୍ସିନ୍ ଇନକୋଭାକକୁ ବୁଷ୍ଟ ର ଡୋଜ ଭାେ ବ ନେଇହେବ ।
Powered by Froala Editor