ମହଙ୍ଗା ହେଲା ମଦର ଡାଏରୀ କ୍ଷୀର: ଲିଟର ପିଛା ୨ଟଙ୍କା ବଢ଼ିଲା
ମଙ୍ଗଳବାରଠାରୁ ମଦର ଡାଏରୀ ପକ୍ଷରୁ କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ବିଭିନ୍ନ ମାର୍କେଟରେ କ୍ଷୀର ଲିଟର ପିଛା ଦାମ ୨ ଟଙ୍କା ଅଧିକରେ ବିକ୍ରି ହେବ। କମ୍ପାନୀ କହିଛି ଯେ ସଂଗୃହୀତ ହେଉଥିବା କ୍ଷୀରର ଦାମ ଗତ ଗୋଟିଏ ବର୍ଷ ମଧ୍ୟରେ ୨୪% ବଢ଼ିଛି। ତେଣୁ କମ୍ପାନୀ କ୍ଷୀରର ଦାମ ବଢ଼ାଇବାକୁ ନିଷ୍ପତ୍ତି ନେଇଛି।
ସୂଚନାନୁଯାୟୀ, ମଦର ଡାଏରୀ ଦିଲ୍ଲୀ-ଏନ୍ସିଆରରେ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ଯୋଗାଇଥାଏ। ଡାଏରୀ ଚଳିତ ବର୍ଷ ୫ମ ଥର ପାଇଁ ଏଭରି ଦର ବୃଦ୍ଧି କରିଛିି। ଏହାକୁୁ ନେଇ ଦିଲ୍ଲୀ-ଏନ୍ସିଆର ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ମଦର ଡାଏରୀ ପକ୍ଷରୁ ବିକ୍ରି କରାଯାଉଥିବା କ୍ରିମ କ୍ଷୀରର ମୂଲ୍ୟ ଲିଟର ପିଛା ୨ଟଙ୍କା ବଢି ୬୬ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଟୋନଡ୍ କ୍ଷୀରର ଲିଟର ପିଛା ମୂଲ୍ୟ ୫୧ରୁ ୫୩ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଡବଲ ଟୋନଡ୍ କ୍ଷୀରର ଲିଟର ପିଛା ମୂଲ୍ୟ ୪୫ ଟଙ୍କାରୁ୪୭ ଲିଟରକୁ ବୃଦ୍ଧି କରାଯାଇଛି। ତେବେ ଗାଈ କ୍ଷୀରର ମୂଲ୍ୟ ବୃଦ୍ଧି ନ କରିବାକୁ ମଦର ଡାଏରୀ ନିଷ୍ପତ୍ତି ନେଇଛି।
Powered by Froala Editor