ଏଲଏସିରେ ମୁତୟନ ହେବ ପ୍ରଳୟ, ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର
ଭାରତ ଏଲଏସିରେ ମୁତୟନ କରିବ ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ପ୍ରଳୟ । ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟ ସୀମାରେ ମୁତୟନ କରିବାକୁ ଚାହୁଁଛି । ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ।
ଏହାକୁ ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ। ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ହେଉଥିବା ଏହି ପ୍ରଳୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର ରହିଛି। ଆବଶ୍ୟକ ପଡ଼ିଲେ ଏହି ଦୂରତାକୁ ଆହୁରି ବୃଦ୍ଧି କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ୩୫୦ରୁ ୭ଶହ କିଲୋଗ୍ରାମ ବିସ୍ଫୋରକ ବହନ କରିପାରେ । ଏହା ଦ୍ୱାରା ଶତ୍ରୁପକ୍ଷର ରାଡାର୍, ଯୋଗାଯୋଗ ଭିତ୍ତିଭୂମି, କମାଣ୍ଡ୍ ଓ କଣ୍ଟ୍ରୋଲ ସେଣ୍ଟର ଏବଂ ଏୟାରଫିଲ୍ଡ ଆଦିକୁ ଟାର୍ଗେଟ୍ କରାଯାଇପାରିବ।
Powered by Froala Editor