ହୃଦଘାତରେ ଭେଟେରାନ ଅଭିନେତା ଚଲପତି ରାଓଙ୍କ ପରଲୋକ

୭୮ ବର୍ଷ ବୟସରେ ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି । ହାଇଦ୍ରାବାଦସ୍ଥିତ ବାସଭବନରେ ଆଜି ହୃଦଘାତରେ ତାଙ୍କ ପରଲୋକ ଘଟିଛି । ଶନିବାର ରାତିରେ ତାଙ୍କ ପରଲୋକ ଘଟିଥିବା ବେଳେ ଏନେଇ ପରିବାର ଲୋକେ ରବିବାର ସୂଚନା ଦେଇଥିଲେ । ରାଓଙ୍କ ପରଲୋକ ଖବର ଜଣାପଡ଼ିବା ପରେ ଶୋକର ଛାୟା ଖେଳି ଯାଇଛି । କେବଳ ଟଲିଉଡ଼ ନୁହେଁ ଦେଶ, ବିଦେଶରେ ଥିବା ତାଙ୍କ ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି ।
ତେଲଗୁ ସିନେମା ଇଣ୍ଡଷ୍ଟ୍ରିରେ ଚଲପତି ରାଓ ହାସ୍ୟ ଅଭିନେତା ଓ ଖଳନାୟକ ଭୂମିକାରେ ଦର୍ଶକଙ୍କ ପାଖରେ ବେଶ ଆଦୃତ ହୋଇପାରିଥିଲେ । ତେଲଗୁ ଫିଲ୍ମ ଜଗତରେ ସେ ୬୦୦ରୁ ଅଧିକ ଫିଲ୍ମ କରିଛନ୍ତି । ରିପୋର୍ଟ ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ସ୍ବାସ୍ଥ୍ୟ ସମସ୍ୟା କାରଣରୁ ସେ ଅଭିନୟରୁ ଦୂରେଇ ରହିଥିଲେ ।
Powered by Froala Editor