ତ୍ୱଚା ପାଇଁ ବେଶ୍ ଲାଭ ଦାୟକ ଦେଶୀଘିଅ

ଶୀତଦିନରେ ଅନେକ ବିଭିନ୍ନ ତ୍ୱଚା ସମସ୍ୟାକୁ ନେଇ ବହୁ ଚିନ୍ତିତ ରୁହନ୍ତି । ଏହି ଦିନରେ ନିଜ ତ୍ୱଚାର ଯନô ନେବା ନିତ୍ୟାନ୍ତ ଆବଶ୍ୟକ,ଏଥିପାଇଁ ଦେଶୀ ଘିଅ ଶୀତ ଦିନର ରୁକ୍ଷ ତ୍ୱଚା ପାଇଁ ବହୁତ୍ ଉପକାରି । ଦେଶୀଘିଅ ବ୍ୟବହାର ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଏହା ବେଶ୍ ଲାଭ ଦାୟକ ଅଟେ । ଆସନ୍ତୁ ଏହାର ବ୍ୟବହାର ପ୍ରଣାଳୀ ବିଷୟରେ ଆଲୋଚନା କରିବା ।
ଦେଶୀ ଘିଅ ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିବା ସହିତ ଚମକଦାର, ମୁଲାୟମ ଏବଂ ସୁନ୍ଦର କରିବାରେ ସାହାଯ୍ୟ କରେ ।
- ଶୀତ ଦିନରେ ତ୍ୱଚାରେ ରୁକ୍ଷ ଓ ଶୁଷ୍କତା ଅନୁଭବ ହେଲେ, ରାତିରେ ଶୋଇବା ପୂର୍ବରୁ ଦେଶୀ ଘିଅକୁ ତ୍ୱଚାରେ ଲଗାଇ ଧିରେଧିରେ ମାଲିସ କରନ୍ତୁ । ପ୍ରତିଦିନ ଏଭଳି କରିବା ଦ୍ୱାରା, ତ୍ୱଚା ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ ।
- ମୁହଁର ତ୍ୱଚା ବ୍ୟତିତ ଶରିରର ଅନ୍ୟ କୌଣସି ସ୍ଥାନରେ ବିଶେଷ କରି ଆଣ୍ଠୁ, କହୁଣୀ ଆଦି ରେ କଳା ପଡ଼ୁଥିଲେ, ଏଥିପାଇଁ ମଧ୍ୟ ବେଶ ଉପକାରୀ ହୁଏ ଦେଶୀ ଘିଅ ଓ କଳାପଣ କମ କରିଥାଏ ।
- ଓଠର ଶୁଷ୍କତା ପାଇଁ ଆପଣ ଲିପବାମ୍ ପରିବର୍ତ୍ତେ ଦେଶୀ ଘିଅ ର ବ୍ୟବହାର ଦ୍ୱାରା ଏହା ଓଠକୁ ମୁଲାୟମ୍ କରିଥାଏ ।
- ଅଧିକ ମେକ୍ଅପ୍ ନେଇଥିଲେ ଏହାକୁ ରିମୁଭ୍ କରିବା ପାଇଁ ମଧ୍ୟ ଦେଶୀ ଘିଅକୁ ବ୍ୟବହାର କରି ପାରିବେ । ମେକଅପ ରିମୁଭ୍ ପାଇଁ ତ୍ୱଚାରେ ଦେଶୀ ଘିଅ ଲଗାଇ ଅଳ୍ପ ସମୟ ରଖନ୍ତୁ ଓ ପରେ ତୁଳା କିମ୍ବା ସୂତା ସାହାଯ୍ୟରେ ପୋଛି ସଫା କରିଦିଅନ୍ତୁ । ଏପରି କରିବା ଦ୍ୱାରା ମେକଅପ୍ ଖୁବ୍ ସହଜରେ ଛାଡ଼ିଥାଏ ।
- ଦେଶୀ ଘିଅ ଫାଟିଥିବା ଗୋଇଠି ପାଇଁ ମଧ୍ୟ ବେଶ ଉପକାରୀ ।
- ତ୍ୱଚାରେ କଞ୍ଚନ ପଡ଼ୁଥିଲେ, ଏଥିପାଇଁ ବେଶ ଉପକାରୀ ଦେଶୀଘିଅ । ଏହା ତ୍ୱଚାରେ ଲଗାଇବା ଫଳରେ କୁଞ୍ଚନ ପଡ଼ିବା ସମସ୍ୟା କମ୍ ହୋଇଥାଏ ।
Powered by Froala Editor