କୋଭିଡ୍ ଭୟାବହତା : ରାଜ୍ୟଗୁଡିକୁ ନିର୍ଦ୍ଦେଶାବଳୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ
କୋଭିଡ ଭୟାବହତା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନଜରରେ ରଖି ଜରୁରୀ ପ୍ରସ୍ତୁତି କରିବା ସହିତ କରୋନାର ପ୍ରଭାବକୁ କମ୍ କରିବା ପାଇଁ ଟେଷ୍ଟିଙ୍ଗ୍, ଟ୍ରାକିଙ୍ଗ ଓ ଟ୍ରିଟମେଣ୍ଟ ଅର୍ଥାତ୍ ପରୀକ୍ଷା ଓ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବା ସହିତ କୋଭିଡ଼ ନିୟମାବଳୀ ପାଳନ କରିବାର ନିତ୍ୟାନ୍ତ ଜରୁରୀ।
ଟେଷ୍ଟିଂ ଗାଇଡଲାଇନକୁ ନଜରରେ ରଖି ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉ। ଜିନମ ସିକ୍ବେନ୍ସିଂ ପାଇଁ ଅଧିକରୁ ଅଧିକ ସାମ୍ପଲ ସଂଗ୍ରହ କରାଯାଉ ବୋଲି କେନ୍ଦ୍ରର ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଯଦି କୋଭିଡ୍ ପୁଣି ଆସେ, ତେବେ ତାକୁ ମୁକାବିଲା କରିବା ପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ବ୍ୟବସ୍ତା ରହିଛି କି ନାହିଁ ବୋଲି ପର୍ଯ୍ୟବେକ୍ଷଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି।
ଏଥିସହିତ ଜିଲ୍ଲାସ୍ଥରରେ ଥିବା ହସ୍ପିଟାଲ ଗୁଡ଼ିକରେ ଚିକିତ୍ସାଧିନ ଅବସ୍ତାରେ ଥିବା ଇନ୍ଫ୍ଳୁଏଞ୍ଜା ରୋଗୀ କିମ୍ବା ଶ୍ବାସଗତ ସମସ୍ୟାକୁ ନେଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କର କୋଭିଡ ଟେଷ୍ଟ କରାଯାଉ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।
ଏପଟେ ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତ କହିଛନ୍ତି, ରାଜ୍ୟରେ ୨୦୨୨ ନଭେମ୍ବର ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । ବର୍ତ୍ତମାନ ହସ୍ପିଟାଲରେ ଜଣେ ବି କରୋନା ସଂକ୍ରମିତ ନାହାଁନ୍ତି । ଓମିକ୍ରନର ନୂଆ ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ହୋଇଛି । ICMR ଗାଇଡଲାଇନ ଅନୁସାରେ ରାଜ୍ୟରେ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ାଯିବ । ବିମାନବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସର୍ଭେଲାନ୍ସ ବଢ଼ାଯାଇଛି ।
କୋଭିଡ ପଜିଟିଭ ଚିହ୍ନଟ ହେଲେ ଜେନମ ସିକ୍ୟୁଏନ୍ସିଂ କରାଯାଉଛି । ସେହିପରି RMRC, ILS ମାଧ୍ୟମରେ ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସିଂ କରାଯାଉଥିବା କହିଛନ୍ତି ଶାଳୀନ ପଣ୍ଡିତ ।
Powered by Froala Editor