ଡେମୋକ୍ରାଟିକ୍ ଆଜାଦ୍ ପାର୍ଟିରୁ ୩ ନେତା ବହିଷ୍କାର
ଗୁଲାମ ନବୀ ଆଜାଦ୍ ଗୁରୁବାର ୩ ନେତାଙ୍କୁ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟିରୁ ବହିଷ୍କାର କରିଛନ୍ତି। ସେମାନେ ହେଲେ ତାରାଚାନ୍ଦ, ମନୋହର ଲାଲ ଶର୍ମା ଏବଂ ବଳୱାନ ସିଂ ଅଛନ୍ତି।
ଚଳିତ ବର୍ଷ ଅଗଷ୍ଟ ୨୬ରେ କଂଗ୍ରେସ ଛାଡିଥିବା ଆଜାଦ୍ ସେପ୍ଟେମ୍ବର ୨୬ରେ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି ଆରମ୍ଭ କରିଥିଲେ। ଦଳର ସମ୍ପ୍ରସାରଣ ବେଳେ ଆଜାଦ ତିନିଜଣ ପୂର୍ବତନ ମନ୍ତ୍ରୀ ତାରାଚାନ୍ଦ, ପିରଜାଦା ମହମ୍ମଦ ସୟିଦ ଏବଂ ଜିଏମ ସରୁରିଙ୍କୁ ଦଳର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ। ଏଥିସହ ସଲମାନ ନିଜାମୀଙ୍କୁ ଡିଏପିର ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା। ନିକଟରେ ଦଳ ୧୦ଟି ନୂତନ ମହାସଚିବ, ୧୨ଜଣ ସଚିବ, ୬ଜଣ ମୁଖପାତ୍ର ଏବଂ ୪ଟି ସୋସିଆଲ ମିଡିଆ ସଂଯୋଜକଙ୍କ ନାମ ଘୋଷଣା କରିଥିଲା। ତେବେ ବହିଷ୍କାରର କାରଣ ଦଳ ପକ୍ଷରୁ ସୂଚନା ଦିଆଯାଇନାହିଁ।
Powered by Froala Editor