ବିଦେଶ ଫେରନ୍ତାଙ୍କ ପାଇଁ ଗାଇଡ୍ଲାଇନ୍, କୋଭିଡ ଟିକା ନେଇଥିବା ଜରୁରୀ
କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ବିଦେଶ ଫେରନ୍ତାଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରିଛି। ଗାଇଡ୍ଲାଇନ୍ ଅନୁସାରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ପ୍ରଥମେ ଥର୍ମାଲ ସ୍କାନିଂ, ରାଣ୍ଡମ ଟେଷ୍ଟିଂ କରାଇବାକୁ ପଡ଼ିବ । ଏହାପରେ ଯଦି କରୋନାର ଲକ୍ଷଣ ଦେଖାଯାଏ ତେବେ ଆଇସୋଲେଟ ହେବାକୁ ପଡ଼ିବ । ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ କୁହାଯାଇଛି ଯେ, ବିମାନ ବନ୍ଦରରେ ସେହି ସନ୍ଦିଗ୍ଧ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବ, ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯିବ ।
ଏପରିକି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ଗାଇଡ୍ଲାଇନ୍ ଅନୁଯାୟୀ,ବିଦେଶରୁ ଆସୁଥିବା ଯାତ୍ରୀ କୋଭିଡ ଟିକା ନେଇଥିବା ଜରୁରୀ। ଏହା ବ୍ୟତୀତ ମୋଟ ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୨ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟ ମଧ୍ୟ କରାଯିବ ।
Powered by Froala Editor