କୋର୍ଟଙ୍କ ନିର୍ଦ୍ଦେଶକୁ କୁମକୁମ ମହାନ୍ତିଙ୍କ ଫୁ, ଜାରି ରହିଛି ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର : ଓଡ଼ିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଇଛନ୍ତି କୁମକୁମ ମହାନ୍ତି । ଆଇନ ଓ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ସେ ଜାରି ରଖିଛନ୍ତି ନିର୍ମାଣ କାର୍ଯ୍ୟ । ଅପରପକ୍ଷରେ ବିଏମସି ମଧ୍ୟ ଜାଣି ଶୁଣି ନିଧଡ଼କ ହୋଇ ବସି ରହିଛି । ଫଳରେ ସାଧାରଣ ଲୋକଟିଏ କିଭଳି ନ୍ୟାୟ ପାଇବ ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, କୁମକୁମ ମହାନ୍ତି ପାନ୍ଥନିବାସ ନିକଟସ୍ଥ ଜୟଦେବ ନଗର ପ୍ଲଟ ନଂ ୪୨୮/୨୮୧୭ରେ ଘର ନିର୍ମାଣ କରୁଛନ୍ତି । ତେବେ ଅନ୍ୟ ଜଣଙ୍କ ପାଚେରୀକୁ ଲଗାଇ ସେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏନେଇ ଓଏସଡ଼ି (ଓଡ଼ିଏ ଆଇନ) କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ସବୁ ଅନୁଧ୍ୟାନ କରିବା ସହ ତଥ୍ୟ ପ୍ରମାଣ ଆଧାରରେ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଘର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ପରେ ବିଏମସି ପକ୍ଷରୁ କାନ୍ଥରେ ନୋଟିସ ଲଗାଯାଇଥିଲା । ଏନଫୋର୍ସମେଂଟ ସ୍କ୍ୱାଡ଼ ମଧ୍ୟ ସରଜମିନ ତଦନ୍ତ କରିଥିଲେ । ନଭେମ୍ବର ୩୦ରେ ଏହି ନୋଟିସ ଲାଗିବାର ତିନି ସପ୍ତାହ ନପୂରୁଣୁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି କୁମକୁମ ମହାନ୍ତି । ଏବେ ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏନେଇ ବିଏମସିର ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ବି ପଦକ୍ଷେପ ନିଆଯାଇନାହିଁ । ହକି ବିଶ୍ୱକପ ପାଇଁ ସବୁ ଅଫିସର ଲାଗି ପଡ଼ିଛନ୍ତି ବୋଲି ଉତର ଆସୁଛି । ହକି ବିଶ୍ୱକପ ଆଳରେ ସାଧାରଣ ନାଗରିକଙ୍କୁ ନ୍ୟାୟରୁ ବଂଚିତ କରାଯିବା କେତେଦୂର ଠିକ ବୋଲି ପ୍ରଶ୍ନ ଉଠିଛି ।
Powered by Froala Editor