୮ ଦଫା ଦାବି ମାନ, ନହେଲେ ଜାନୁଆରୀ ୧୭ରୁ ଗଡ଼ିବନି ବସ୍
ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ସ୍ଥାନକୁ ଘରୋଇ ବସ୍ ଚାଲିବ ନାହିଁ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ। ଆଜି ଏନେଇ ଏକ ବୈଠକ ପରେ ଘରୋଇ ବସ୍ ମାଲିକ ସଂଘ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି।
୮ ଦଫା ଦାବି ପୂରଣ ନେଇ ଆଜି ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ କମିସନର ବସ ଚଲେଇବା ପାଇଁ ନିର୍ଦ୍ଧାରଣ କରିଥିବା ସମୟସୀମା ଅନୁସାରେ ଫିଟ ଗାଡିକୁ ପରମିଟ ନମିଳିବା, ସ୍ଲିପର କୋଚ ଗୁଡିକୁ ଦିନରେ ଚଳାଇବାକୁ ଅନୁମତି ନମିଳିବା, ମଙ୍ଗୁଳି- ସମ୍ବଲପୁର ଓ ବଲାଂଗୀର ବରଗଡ଼ ରାସ୍ତା ମରାମତି ତୁରନ୍ତ ଶେଷ କରିବା ଭଳି ୮ ଦଫା ଦାବି ନେଇ ଆନ୍ଦୋଳନ କୁ ଓଲ୍ହାଇବାକୁ କହିଛି ସଂଘ।
ଘରୋଇ ବସ୍ ମାଲିକ ସଂଘ ସଂପାଦକ କହିଛନ୍ତି, ସ୍କ୍ରାପ୍ ପଲିସି ଉଚ୍ଛେଦ ସହ ୮ ଦଫା ଦାବି ପୂରଣ ନହେଲେ ଜାନୁଆରୀ ୧୭ ତାରିଖରୁ ରାଜ୍ୟରେ କୌଣସି ବସ ଗଡ଼ିବ ନାହିଁ।
Powered by Froala Editor