ଚେକିଂ ବେଳେ ହୋମଗାର୍ଡଙ୍କ ଉପରକୁ ମାଡ଼ିଗଲା ଭ୍ୟାନ୍

କେନ୍ଦ୍ରାପଡ଼ା: ବଳଭଦ୍ରପୁରରେ ଚେକିଂ ବେଳେ ହୋମଗାର୍ଡଙ୍କ ଉପରକୁ ମାଡ଼ିଗଲା ଭ୍ୟାନ୍ । ଆରଟିଓ ଏନଫୋର୍ସମେଣ୍ଟ ଚେକିଂ ବେଳେ ପିକଅପ୍ ଭ୍ୟାନ ହୋମଗାର୍ଡଙ୍କ ଉପରକୁ ମାଡ଼ି ଯାଇଛି । ଫଳରେ ଘଟଣାସ୍ଥଳରେ କାର୍ୟ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି ।
ପିକଅପ୍ ଭ୍ୟାନଟି ହୋମଗାର୍ଡଙ୍କୁ ଧକ୍କା ଦେଇ ସେଠାରୁ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ବର୍ତ୍ତମାନ ପୁଲିସ ଭ୍ୟାନର ପିଛା କରୁଛି । ସେପଟେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଡେରାବିଶ ପୁଲିସ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯାଉଛି ।
Powered by Froala Editor