୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା

ବିନିକା : ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ରାସ୍ତା ଘାଟ ସହ ଦୋକାନ ବଜାର ହୋଇଥିବା ଦେଖାଯାଇଛି ।
ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ସହର ଦେଇ ଯାଉଥିବା ଓପିଟିସିଏଲ୍ କମ୍ପାନୀର ୨୨୦ କେଭି ବିଦ୍ୟୁତ ଟାଓ୍ୱାର ହଟାଇବାକୁ ନେଇ ବନ୍ଦ ଡାକରା ଦିଆଯାଇଛି । ପ୍ରଶାସନ ନିକଟରେ ବାରମ୍ବାର ଦାବି ପରେ ଶୁଣିଲେନି । ଏପିରିକି ମଙ୍ଗଳବାର ଅଞ୍ଚଳବାସୀଙ୍କ ପକ୍ଷରୁ ତହସିଲ ଅଫିସ ଘେରାଉ ମଧ୍ୟ ହୋଇଥିଲା । ଆଉ ଏବେ ୧୨ ଘଣ୍ଟିଆ ବିନିକା ସହର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବା ସାଙ୍ଗକୁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନକୁ ମଧ୍ୟ ବନ୍ଦ କରାଯାଇଛି
Powered by Froala Editor