ଟଳିଲେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ
ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ମଞ୍ଝା ମାର୍ଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ଗୋଟିଏ AK-47 ଓ ୨ଟି ପିସ୍ତଲ ଜବତ ହୋଇଛି । ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଛି । ଲତିଫ୍ ଲୋନ୍ ନାମକ ଆତଙ୍କବାଦୀ କଶ୍ମୀର ପଣ୍ଡିତ ପୂରଣ କ୍ରିଷ୍ଣା ଭଟ୍ଟ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲା । ସେହିପରି ଉମେର ନାଜିର ନାମକ ଆତଙ୍କବାଦୀ ନେପାଳର ତିଲ୍ ବାହାଦୂର ଥାପା ହତ୍ୟାକାଣ୍ଡରେ ସାମିଲ ଥିଲା । ଏନେଇ କାଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି ।
ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କେତେକ ଆତଙ୍କବାଦୀ ମଞ୍ଝ ମାର୍ଗ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ଆଗରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅପରେସନ ଚାଲିଥିବା ସମୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା।
Powered by Froala Editor