ଟ୍ରେନ୍ରେ ଓମଲେଟରୁ ବାହାରିଲା ଅସରପା, ରାଗିଗଲେ ଯାତ୍ରୀ
ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଭାରତୀୟ ରେଳବାଇ ପକ୍ଷରୁ ଦିଆଯିବା ଖାଦ୍ୟରେ ଏକ ଅସରପା ମିଳିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତେଜିତ ହୋଇ ଯାତ୍ରୀ ଜଣଙ୍କ ଖାଇବା ପ୍ଲେଟ୍ର ଏକ ଫଟୋ ଟୁଇଟ୍ରରେ ପୋଷ୍ଟ କରି ରେଳମନ୍ତ୍ରୀ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଟ୍ୟାଗ୍ କରିଥିଲେ। ଟ୍ରେନର କ୍ୟାଟରିଂ ବିଭାଗର ତ୍ରୁଟି ହେତୁ ରେଳବାଇକୁ ନେଇ ପୁଣି ପ୍ରଶ୍ନ କରାଯାଇଛି।
ସେ ଟୁଇଟ୍ରେ ଲେଖିଥିଲେ, ୧୬ ଡିସେମ୍ବରରେ ସେ ତାଙ୍କ ପରିବାର ସହ ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀରୁ ମୁମ୍ବାଇକୁ ଯାତ୍ରା କରୁଥିଲେ। ଟ୍ରେନ୍ରେ ବ୍ୟକ୍ତ ଜଣଙ୍କ ତାଙ୍କ ଦୁଇ ବର୍ଷର ଝିଅ ପାଇଁ ଗୋଟେ ଓମଲେଟ ଅର୍ଡର କରିଥିଲେ। ହେଲେ ଖାଇବା ପହଞ୍ଚିବା ପରେ ସେ ଓମଲେଟରେ ଏକ ଅସରପା ଥିବା ଦେଖିବାକୁ ପାଇଥିଲେ। ଏହାପରେ ଶିଶୁର ବାପା ଏହାର ଏକ ଫଟୋ ଉଠାଇ ଟୁଇଟରରେ ସେୟାର କରିବା ସହିତ ରେଳ ମନ୍ତ୍ରାଳୟ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟକୁ ଟ୍ୟାଗ କରି ଦେଇଥିଲେ।
ଯଦି ତାଙ୍କ ଦୁଇ ବର୍ଷର ଝିଅ ଓମଲେଟ ଖାଇଥାନ୍ତେ ଏବଂ କିଛି ଅଘଟଣ ଘଟିଥାନ୍ତା,ତେବେ ଏଥିପାଇଁ ଦାୟୀ କିଏ ରହିବେ ବୋଲି ସେ ଟୁଇଟ୍ରେ ପ୍ରଶ୍ନ କରିଛନ୍ତି। ଏହି ଖବର ଲୋକଲୋଚନକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ରେଲଓ୍ବେ ଖାଦ୍ୟ ସେବା ପ୍ରଦାନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ହୋଇଥିବା ଜଣାପଡିଛି।
Powered by Froala Editor