ଉର୍ଫିଙ୍କୁ ବଳାତ୍କାର ଧମକ
ବିଗ ବସ ଓଟିଟି ଫେମ ଉର୍ଫି ଜାଭେଦଙ୍କୁ ନେଇ ଏକ ବଡ ଖବର ଆସିଛି । ରିପୋର୍ଟ ଅନୁଯାୟୀ, ଉର୍ଫିଙ୍କୁ ବଳାତ୍କାର ଓ ହତ୍ୟା ଧମକ ଦିଆଯାଇଛି । ଜଣେ ବ୍ୟକ୍ତି ହ୍ୱାଟସଆପ କଲ କରି ଉର୍ଫିଙ୍କୁ ବଳାତ୍କାର ସହ ହତ୍ୟା ଧମକ ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ଉର୍ଫିଙ୍କୁ ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ଧମକ ଦେଇଥିବା ଜଣାପଡିଛି । ଏହାର କଲ ରେକର୍ଡିଂ ରହିଛି । ଉର୍ଫିଙ୍କୁ ଯିଏ ଧମକ ଦେଇଛନ୍ତି ସେ ହେଉଛନ୍ତି ନବୀନ ଗିରି । ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି ।
ଉର୍ଫି ଜାଭେଦ ପ୍ରାୟ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଅତରଙ୍ଗି ଡ୍ରେସିଂ ସେନ୍ସକୁ ନେଇ ଜାଭେଦଙ୍କ ନାଁ ଚର୍ଚ୍ଚାରେ ରହିଆସୁଛି । ଅବଶ୍ୟ ଉର୍ଫିଙ୍କ ପାଇଁ ଏଭଳି ଧମକ କିଛି ନୂଆ କଥା ନୁହେଁ ।
Powered by Froala Editor